ଏସିଆ କପ 2023 ପାଇଁ ଗତ 21 ତାରିଖ ଦିନ ଟିମ ଇଣ୍ଡିଆର ଚୟନ ହେଇସାରିଛି । ଟିମରେ ତିଲକ ବର୍ମାଙ୍କ ଚୟନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବାମହାତି ବ୍ୟାଟସମ୍ୟାନ ଗତ କାରିବିଆନ୍ ଗସ୍ତରେ ସ୍ଥାନ ପାଇଥିଲେ । ନିଜର ଦମଦାର ପ୍ରଦର୍ଶନ ବଳରେ ଏସିଆ କପ ପାଇଁ ନିଜ ସ୍ଥାନ ସଂରକ୍ଷଣ କରିନେଇଛନ୍ତି ।
ଏସିଆ କପରେ ଚୟନ ନେଇ ନିଜେ ତିଲକ ବର୍ମା ମଧ୍ୟ ଆଶ୍ଚର୍ଯ୍ୟ ହେଇ କହିଛନ୍ତି ଯେ ସେ କେବେ ବି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ଯେ ଏସିଆ କପ ପରି ଟୁର୍ନାମେଣ୍ଟରେ ସେ ସ୍ଥାନ ପାଇବେ ବୋଲି । BCCI ର ଏକ ଭିଡିଓରେ ତିଲକ ବର୍ମା କହିଛନ୍ତି ଯେ ‘ମୁଁ ସ୍ବପ୍ନରେ ବି ଭାବିନଥିଲି କି ମୁଁ ସିଧା ଏସିଆ କପରେ ଏକଦିବସୀୟ କ୍ୟରିଆର ଆରମ୍ଭ କରିବି । ଭାରତ ସହ ନିଜର କ୍ୟାରିଆର ଆରମ୍ଭ କରିବି ବୋଲି ସବୁବେଳେ ଭାବୁଥିଲି କିନ୍ତୁ ଏକାସଙ୍ଗେ T20ଓ ମାସେ ପରେ ଏକଦିବସୀୟରେ ସ୍ଥାନ ପାଇବି । ଏହା ମୋ ପାଇଁ କୋଉ ସ୍ବପ୍ନ ଠାରୁ କମ ନୁହେଁ । ଏଥିପାଇଁ ମୁଁ ମୋତେ ବହୁତ ପ୍ରାକ୍ଟିସ କରିବାକୁ ପଡ଼ିବ ଆଉ ମୁଁ କରୁଛି ।'
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦମଦାର ପ୍ରଦର୍ଶନ
ତିଲକ ବର୍ମା ଗତ ପାଞ୍ଚଟିକିଆ ୱେଷ୍ଟଇଣ୍ଡିଜ T20 ସିରିଜରେ 140 ରୁ ଅଧିକ ଷ୍ଟ୍ରାଇକ ରେଟ୍ ତଥା 57.67 ହାରରେ 173 ରନ ସଂଗ୍ରହ କରି ଟୁର୍ନାମେଣ୍ଟର ଶୀର୍ଷ ରନ ସ୍କୋରର ହେଇଥିଲେ ।
Follow Us