ଭାରତ ପରେ ଚାଇନା ଆପ୍ ବ୍ୟାନ୍ କରିବାକୁ ଆମେରିକାର ବଡ ପଦକ୍ଷେପ । ବନ୍ଦ ହେବ ଟିକଟକ୍ ଓ ୱିଚାଟ୍ ବ୍ୟାନ୍ : ୪୮ ଘଂଟା ପରେ କୌଣସି ପ୍ଲେଷ୍ଟୋରରୁ ହୋଇପାରିବ ନାହିଁ ଡାଉନଲୋଡ୍

228

କନକ ବ୍ୟୁରୋ : ଭାରତ ପରେ ଚୀନ ବିରୋଧରେ ଆମେରିକାର କଡା ପଦକ୍ଷେପ । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚୀନ ଆପ, ଟିକଟକ ଏବଂ ୱି-ଟାଟକୁ ବ୍ୟାନ କରିଛି ଟ୍ରମ୍ପ ପ୍ରଶାସନ । ଆମେରିକୀୟଙ୍କ ଡାଟା ବା ତଥ୍ୟ ଚୋରୀ କରି ଚୀନକୁ ଯୋଗାଇ ଦେଉଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ ସରକାର । ଆମେରିକାର ବାଣିଜ୍ୟ ବିଭାଗ କହିଛି ଚୀନ ଆପ ଡାଉନଲୋଡ କରିବା ଲାଗି ଆମେରିିକାବାସୀଙ୍କୁ ବାରଣ କରାଯିବ । ଦୁଇଟିଯାକ ମେସେଜିଂ ଓ ଭିଡିଓ ସେୟାରିଂ ଆପ୍ ଆଗାମୀ ୪୮ ଘଂଟା ପରେ ଆଉ କୌଣସି ପ୍ଲେ-ଷ୍ଟୋରରୁ ଡାଉନଲୋଡ ହେବନାହିଁ ।

ଯାହା ଜଣାପଡିଛି, ରବିବାରଠାରୁ ଆମେରିକାରେ ୱି-ଚାଟ୍ ସଂପୂର୍ଣ୍ଣ ଅକାମୀ ହୋଇଯିବ । କିନ୍ତୁ ଟିକଟକ ଆପକୁ ନଭେମ୍ବର ୧୨ ତାରିଖ ଯାଏଁ ବ୍ୟବହାର କରିହେବ । ହେଲେ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇଥିବାରୁ ଏହାକୁ ଖଣ୍ଡନ କରିଛନ୍ତି ଚୀନ ସରକାର ଓ ଦୁଇଟିଯାକ କମ୍ପାନି । ଭାରତରେ ମଧ୍ୟ ଟିକଟକ ଓ ପବଜୀ ଭଳି ସଂଖ୍ୟାଧିକ ଚୀନ ଆପକୁ ବ୍ୟାନ କରାଯାଇଛି । ଲଦାଖ ସୀମାରେ ଉତେଜନା ପରେ ଭାରତ ସରକାର ୩ଟି ପର୍ଯ୍ୟାୟରେ ଚୀନର ମୋଟ୍ ୨୨୪ଟି ଆପକୁ ବ୍ୟାନ କରିଛନ୍ତି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ସରକାର ଏହି କଡା ପଦକ୍ଷେପ ନେଇଥିବାବେଳେ, ଚୀନକୁ ଆର୍ଥିକ ଝଟକା ଦେବାପାଇଁ ଏହା ବେଶ ଉପଯୋଗୀ ବୋଲି ବିଚାର କରାଯାଉଛି ।