କନକ ବ୍ୟୁରୋ: ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଅକାଳ ବିୟୋଗ ଘଟିଛି । ହୃଦଘାତରେ ସୋନାଲିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳକୁ ସେ ଗୋଆରେ ଥିଲେ ।
ଟିକଟକ୍ କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସେନାଲି ୨୦୧୯ରେ ବିଜେପି ଟିକେଟରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ରିଆଲିଟି ଶୋ’ ବିଗ୍ ବସ୍-୧୪ ସିଜିନରେ ମଧ୍ୟ ସେ ଭାଗ ନେଇଥିଲେ ।