ବ୍ୟାନ୍ ପରେ ସଫେଇ ରଖିଲେ ଟିକଟକ୍ ଇଣ୍ଡିଆ ମୁଖ୍ୟ ନିଖିଲ୍ ଗାନ୍ଧୀ : କହିଲେ , ଚୀନକୁ ଦିଆଯାଇନାହିଁ ଭାରତୀୟ ୟୁଜର୍ସଙ୍କ ବିବରଣୀ , ଖୁବଶୀଘ୍ର ଏନେଇ ସରକାରଙ୍କ ସହ ଆଲୋଚନା କରିବୁ

4,872

ଭାରତରେ ଚୀନ୍ ଆପ୍ ଟିକଟକ୍ ଉପରେ ପ୍ରତିବନ୍ଧ ଲାଗିବା ପରେ ଟିକଟକ୍ ପକ୍ଷରୁ ଏବେ ପ୍ରତିକ୍ରିୟା ଆସିଛି । ବିଦେଶ ସରକାର କିମ୍ବା ଚୀନ୍ ସରକାରକୁ ଭାରତୀୟ ଟିକଟକ୍ ୟୁଜରଙ୍କ କୌଣସି ଡ଼ାଟାର ବିବରଣୀ ଦେଇନଥିବା କଥା କହିଛି ଟିକଟକ୍ ଇଣ୍ଡିଆ । ଆପଣଙ୍କୁ କହିରଖୁଛୁ ଯେ , ଟିକଟକ୍ ଭଳି ୟୁସି ବ୍ରାଉଜର୍ , ଓି୍ୱଚ୍ୟାଟ୍ , ସେୟାରଇଟ୍ ଏବଂ କେମ୍ ସ୍କାନର୍ ଭଳି ୫୯ ଟି ଚୀନ୍ ଆପ୍ କୁ ଭାରତରେ ବ୍ୟାନ୍ କରାଯାଇଛି ।
ଏନେଇ ଟିକଟକ୍ ଇଣ୍ଡିଆ ମୁଖ୍ୟ ନିଖିଲ୍ ଗାନ୍ଧୀଙ୍କ କହିବାନୁସାରେ , ଭାରତ ସରକାର ୫୯ ଚୀନ୍ ଆପ୍ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଯେଉଁଥିରେ ଟିକଟକ୍ ମଧ୍ୟ ସାମିଲ୍ ଅଛି । ଆମେ ଏଥିପାଇଁ ସରକାରଙ୍କ ସହ ଖୁବଶୀଘ୍ର କଥାବାର୍ତ୍ତା କରିବୁ । ୟୁଜରଙ୍କ ଡାଟାର ପ୍ରାଇଭେସୀ ରଖିବା ପାଇଁ ଟିକଟକ୍ ପ୍ରତିବଦ୍ଧ । ଆମେ କେବେ ବି ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଲିକ୍ କରିପାରିବୁ ନାହିଁ । ଦେଶର ଲୋକପ୍ରିୟ ସର୍ଟ ଭିଡିଓ ସର୍ଭିସ୍ (ଟିକଟକ୍) କୁ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ଏନେଇ ଟିକଟକ୍ ଇଣ୍ଡିଆ କହିଛି , ଭାରତୀୟ ଆଇନ୍ ଅନୁସାରେ ଡ଼ାଟାକୁ ଗୋପନୀୟ ରଖାଯିବ ଏବଂ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ପାଳନ କରାଯିବ । ନିଖିଲ୍ ଗାନ୍ଧୀ କହିଛନ୍ତି ଯେ , ଟିକଟକ୍ ନିଜ ପ୍ଲାଟଫର୍ମରେ ୧୪ ଟି ଭାଷା ଉପଲବ୍ଧ କରାଇ ଇଣ୍ଟରନେଟ୍ ରେ ଲୋକତାନ୍ତ୍ରିକରଣ କରାଇଛି । ଲକ୍ଷ ଲକ୍ଷ ଲୋକ ଏହି ଆପକୁ ବ୍ୟବହାର କରୁଛନ୍ତି । ଏଥିରୁ କିଛି ଲୋକ ପ୍ରଥମଥର ପାଇଁ ନିଜ ଦକ୍ଷତା ଦେଖାଇ ଇଣ୍ଟରନେଟରେ ଲୋକପ୍ରିୟ ହେଉଛନ୍ତି ।

ଟିକଟକ୍ ଆପ୍ ର ପ୍ରତିଦ୍ୱନ୍ଦୀ ଭିଡ଼ିଓ ଚାଟ୍ ଆପ୍ ରୋପୋସୋ କମ୍ପାନୀ ଅନୁସାରେ ଭାରତ ସରକାରଙ୍କ ଦ୍ୱାରା ଏଭଳି ପଦକ୍ଷେପ ତାଙ୍କ ପାଇଁ ବରଦାନ ସଦୃଶ । ‘ବୋଲୋ ଇଣ୍ଡିଆ’ ମୁତାବକ , ଟିକଟକ୍ ଉପରେ ରୋକ ଲାଗିବା ଦ୍ୱାରା ତାଙ୍କୁ ଏହାର ଲାଭ ମିଳିବ । ଭାରତରେ ଟିକଟକ୍ ବ୍ୟାନ୍ ହେବା ଦ୍ୱାରା ଏହାର ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ପାନୀକୁ ଲାଭ ମିଳିବ । ବର୍ତ୍ତମାନର ସମୟ ଭାରତୀୟ ଆପ୍ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।