ବାଇଆ କରିଛି ଟିକଟକ ? ପେଚା ସହ ଟିକଟକ କରି ଟଙ୍କା ଗଣିଲେ ଯୁବତୀ । ଏମିତି ନିଶା ଘାରିଛି ଯେ ଫାଇନର ରସିଦ ସହ ବି କଲେ ଟିକଟକ । ଚର୍ଚ୍ଚାରେ ଏହି ଯୁବତୀ

ବାଇଆ କରିଛି ଟିକଟକ ? ପେଚା ସହ ଟିକଟକ କରି ଟଙ୍କା ଗଣିଲେ ଯୁବତୀ । ଏମିତି ନିଶା ଘାରିଛି ଯେ ଫାଇନର ରସିଦ ସହ ବି କଲେ ଟିକଟକ । ଚର୍ଚ୍ଚାରେ ଏହି ଯୁବତୀ

କନକ ବ୍ୟୁରୋ: ଗୁଜୁରାଟରେ ଜଣେ ଯୁବତୀଙ୍କୁ ଟିକଟକ୍ ଭିଡିଓ କରିବା ମହଙ୍ଗା ପଡ଼ିଛି। ଏହି ଯୁବତୀ ପେଚା ସହିତ କରୁଥିବା ଏକ ଟିକଟକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଉକ୍ତ ଯୁବତୀ ଜଣକ ପେଚାକୁ ଧରି ଗୀତ ଗାଉଥିବା ଦେଖିବାକୁ ମିଳିଛି

ଯୁବତୀ ଓ ପେଚାଙ୍କ ଏହି ଭିଡିଓ ଭାଇରାଲ ହେଲା ପରେ ବନ୍ୟପ୍ରାଣୀ ଓ ପ୍ରକୃତି କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବନ ବିଭାଗକୁ ଏ ନେଇ ଅଭିଯୋଗ କରାଯାଇଥିଲା। ଏହାପରେ ବନବିଭାଗ ଉକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୫ହଜାର ଟଙ୍କା ଜରିମାନା କରିଥିଲେ। କେବଳ ଏତିକି ନୁହେଁ, ବନବିଭାଗ ସେହି କର୍ମଚାରୀଙ୍କ ଉପରେ ବି ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ଯେଉଁମାନେ କି ଏହି ଯୁବତୀଙ୍କ କଥା ଅନୁସାରେ ତାଙ୍କୁ ଟିକଟକ୍ ଭିଡିଓ ପାଇଁ ପେଚା ଦେଇଥିଲେ।

publive-image

ପେଚାକୁ ଧରି ଭିଡିଓ ରେକର୍ଡ କରିଥିବା ଯୁବତୀ ସୁରଟର ଟିକଟକ୍ ଷ୍ଟାର କୀର୍ତ୍ତି ପଟେଲ। ତାଙ୍କର ହଜାର ହଜାର ଫଲୋୟର୍ସ ଅଛନ୍ତି। ସେଥିପାଇଁ ସେ ଅନେକ ସମୟରେ କିଛି ଅଲଗା କରି ଦେଖାଇବା ପାଇଁ ବିଭିନ୍ନ ରକମର ଭିଡିଓ ସୁଟ କରି ଥାଆନ୍ତି। କିନ୍ତୁ ଏଥରକ ପେଚା ସହିତ ଟିକଟକ୍ ଭିଡିଓ କରିବା କୀର୍ତ୍ତିଙ୍କୁ ମହଙ୍ଗା ପଡ଼ି ଯାଇଛି।

କୀର୍ତ୍ତି ପଟେଲଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ମଧ୍ୟ କରାଯାଉଛି। ବନବିଭାଗ କୀର୍ତ୍ତିଙ୍କ ଉପରେ ଜରିମାନା ଲଗାଇବା ସହିତ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ତେବେ ଆଶ୍ଚର୍ୟ୍ୟର କଥା ହେଉଛି କୀର୍ତ୍ତିଙ୍କୁ ବନବିଭାଗ ଜରିମାନା ଲଗାଇ ଯେଉଁ ରସିଦ ପଠାଇଥିଲେ ସେ ରସିଦ ସହିତ ସେ ଆଉ ଏକ ଟିକଟିକ୍ ଭିଡିଓ ରେକର୍ଡ କରି ଲୋକମାନଙ୍କୁ କ୍ଷମା ମାଗି ଏମିତି କାମ ନକରିବା ପାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe