ମହଙ୍ଗା ପଡିଲା ସଙ୍ଗରୋଧ କେନ୍ଦ୍ରରେ ଟିକଟକ୍ କରିବା: ଭଦ୍ରକ ତିହିଡ଼ି ଅଂଚଳର କ୍ୱାରେଂଟାଇନ ସେଂଟରରୁ ଭିଡ଼ିଓ ଭାଇରାଲ ପରେ ୬ ଜଣଙ୍କ ନାଁରେ ମାମଲା; କ୍ୱାରେନଟିନ୍ ନିୟମ ମାନି ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

ମହଙ୍ଗା ପଡିଲା ସଙ୍ଗରୋଧ କେନ୍ଦ୍ରରେ ଟିକଟକ୍ କରିବା: ଭଦ୍ରକ ତିହିଡ଼ି ଅଂଚଳର କ୍ୱାରେଂଟାଇନ ସେଂଟରରୁ ଭିଡ଼ିଓ ଭାଇରାଲ ପରେ ୬ ଜଣଙ୍କ ନାଁରେ ମାମଲା; କ୍ୱାରେନଟିନ୍ ନିୟମ ମାନି ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ରରେ ଟିକଟକ୍ ଭିଡିଓ । ଭଦ୍ରକ ତିହିଡି ବ୍ଲକ ଭାତପଡା ପଂଚାୟତ ହାଇସ୍କୁଲ କ୍ୱାରେନଟିନ ସେଂଟରରେ ସଂଗରୋଧରେ ଥିବା କିଛି ଶ୍ରମିକ ଟିକ୍ଟିକ୍ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକି ଏବେ ଭାଇରାଲ ହେଉଛି । ଭିଡିଓରେ ଦେଖାଯାଉଛି ସୁରତରୁ ଫେରିବା ପରେ ତିହିିଡି ଭାତପଡା ପଂଚାୟତ ହାଇସ୍କୁଲ କ୍ୱାରେନଟିନ ସେଂଟରରେ ଥିବା କିଛି ଯୁବକ ଟିକଟକ ଭିଡିଓ କରି ମସ୍ତି କରୁଛନ୍ତି । ସତେ ଯେମିତି ଏମାନେ କେଉଁଠି ଅଭିନୟ କରିବାକୁ ଆସିଛନ୍ତି । ସାମାଜିକ ଦୂରତା ନିୟମକୁ ଫୁ କରି ଉଡାଇ ଦେଇଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଂଚ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୩ ତାରିଖରେ ତିହିଡ଼ିରୁ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଉକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଆରଏସ୍ ହାଇସ୍କୁଲରେ ତିଆରି ହୋଇଥିବା ସଂଗରୋଧ ଗୃହରେ ରଖାଯାଇଥିଲା। ହେଲେ ସେଠାରେ ରହୁଥିବା କିଛି ଲୋକ ସାମାଜିକ ଦୂରତ୍ବ ବଜାୟ ନ କରି ବିଶୃଙ୍ଖଳା ସୃଷ୍ଟି କରିବା ସହ  ଟିକଟକ୍‌ ଭିଡିଓ ପ୍ରସ୍ତୁତ କରିଥିଲେ। ସେହି ଭିଡିଓକୁ ବି ଭାଇରାଲ୍ କରିଥିଲେ ସେମାନେ। ଏଥିରେ ଅସନ୍ତୋଷ ପ୍ରକାଶ କରି ତିହିଡ଼ି ବ୍ଲକ୍ ଅନ୍ତର୍ଗତ ଭାଟପଡ଼ା ପଞ୍ଚାୟତର ସରପଞ୍ଚ ସ୍ବର୍ଣ୍ଣମୟୀ ଜେନା ତିହିଡ଼ି ଥାନାରେ ଏତଲା ଦେଇଛନ୍ତି। ତିହିଡ଼ି ଥାନା  ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe