ଟିକଟକ୍ ଉପରୁ ହଟିଲା ବ୍ୟାନ୍ : ମାଡ୍ରାସ ହାଇକୋର୍ଟ ବ୍ୟାନ ହଟାଇବାକୁ ନେଲା ନିଷ୍ପତ୍ତି । ଜାଣନ୍ତୁ କାହିଁକି

ଟିକଟକ୍ ଉପରୁ ହଟିଲା ବ୍ୟାନ୍ : ମାଡ୍ରାସ ହାଇକୋର୍ଟ ବ୍ୟାନ ହଟାଇବାକୁ ନେଲା ନିଷ୍ପତ୍ତି । ଜାଣନ୍ତୁ କାହିଁକି

ଏପ୍ରିଲ ୧୭ରେ ପ୍ରସିଦ୍ଧ ଚିାଇନିଜ୍ ଆପ୍ ଟିକଟକକୁ ଭାରତରେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରରୁ ହଟାଇଦିଆଯାଇଥିଲା । କାରଣ ଏହା ଥିଲା ଯେ, ମାହ୍ୟସ ହାଇକୋର୍ଟ ଏହାକୁ ବ୍ୟାନ କରିବାର ନିଷ୍ପତ୍ତି ନେଇଥିଲେ । ଏପ୍ରିଲ ୩ରେ ତାମିଲନାଡୁର ଏକ କୋର୍ଟ ସରକାରଙ୍କୁ ଟିକଟକ୍ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲା । କାହିଁକିନା ଟିକଟକ୍ ପୋର୍ଣ୍ଣୋଗ୍ରାଫିକୁ ପ୍ରୋତ୍ସାହିତ କରେ ।

publive-image

ଏବେ ମାଡ୍ରାସ ହାଇକୋର୍ଟ ନିଷେଧାଦେଶ ଉଠାଇ ଦେଇଛନ୍ତି। ଅଦାଲତ କେତେକ ସର୍ତ୍ତାବଳୀ ସହିତ ଏହି ନିଷେଧାଦେଶକୁ ଉଠାଇଛନ୍ତି। ସେଥିରେ ଏହି ଆପରେ କୌଣସି ଅଶ୍ଳୀଳ ଭିଡିଓ ଅପଲୋଡ ହେବନାହିଁ ବୋଲି କୋର୍ଟ କହିଛନ୍ତି। ଅଶ୍ଳୀଳ ଭିଡିଓ ଅପଲୋଡ ହେଲେ ତାହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯାଇ ମାମଲା ଚାଲିବ ବୋଲି କୁହାଯାଇଛି।

ଟିକଟକ ଉପରେ ପ୍ରତିବନ୍ଧକ ଲାଗିବା ପରେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଟିକଟକ୍ ଆପ୍ କମ୍ପାନି ଚୀନର ବାଇଟ୍ ଡ୍ୟାନ୍ସ ଆବେଦନ କରିଥିଲା। କମ୍ପାନିକୁ ମତାମତ ଦେବାକୁ ସୁଯୋଗ ଦିଆନଯାଇ ଏହି ନିଷେଧାଦେଶ ଦିଆଯାଇଛି ଏବଂ ଏହା ବାକ୍ ସ୍ୱାଧୀନତାକୁ କ୍ଷୁଣ୍ଣ କରୁଛି ବୋଲି କମ୍ପାନି ଯୁକ୍ତି ବାଢ଼ିଥିଲା। ତେବେ ଏହା ଅନ୍ତରୀଣ ନିଷେଧାଦେଶ ହୋଇଥିବାରୁ ଏବଂ ମାମଲାର ଶୁଣାଣି ଚାଲିଥିବାରୁ ଏହି ରାୟ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। କିନ୍ତୁ ଏହି ମାମଲାର ଶୁଣାଣି ବୁଧବାର କରି ଏହା ଉପରେ ରାୟ ଦେବାକୁ ସୁପ୍ରିମକୋର୍ଟ ଗତ ସୋମବାର ମାଡ୍ରାସ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ନହେଲେ ନିଷେଧାଦେଶକୁ ଉଠାଇ ନିଆଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଉକ୍ତ ମାମଲାର ଶୁଣାଣି ଆଜି କରିବା ସହିତ ମାଡ୍ରାସ ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe