ବ୍ୟାନ୍ ହେଲା ଟିକଟକ୍ ! ଚେନ୍ନାଇ ହାଇକୋର୍ଟଙ୍କ ଆଦେଶକ୍ରମେ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲରୁ ହଟିଲା ଟିକଟକ୍ ଆପ୍ ।

1,412

କିଛି ସମୟ ଧରି ଇଣ୍ଟରନେଟ୍ ରେ ଏଭଳି ଏକ ଆପ୍ ର ବହୁଳ ବ୍ୟବହାର ହେଉଛି ଯାହାର ପ୍ରଭାବରେ ଯୁବପିଢି ଏବଂ ଛୋଟ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଅଗ୍ରସର ହେଉଛି । ତେବେ ଜଣେ ଇଣ୍ଟର୍ଣ୍ଣ ଚେନ୍ନାଇ ହାଇକୋର୍ଟରେ ଟିକଟକ୍ ଉପରେ ରୋକ ଲଗାଇବା ପାଇଁ ଅପିଲ୍ କରିଥିଲେ । ଚେନ୍ନାଇ ହାଇକୋର୍ଟ ତରଫରୁ ଗୁଗୁଲ୍ ଏବଂ ଆପଲ୍ ର ପ୍ଲେ ଷ୍ଟୋରରୁ ଏହି ଆପକୁ ହଟାଇବା ପାଇଁ ମଧ୍ୟ କୁହାଯାଇଛି । ଏହା ଏକ ଲୋକପ୍ରିୟ ସେୟାରିଙ୍ଗ୍ ଆପ୍ । ଯାହାକୁ ୦.୫ ବିଲିୟନ୍ ୟୁଜର୍ ବ୍ୟବହାର କରୁଛନ୍ତି । ତେବେ ଏଥିରୁ କେବଳ ୧୧୯ ମିଲିୟନ୍ କେବଳ ଭାରତୀୟ ହିଁ ଅଟନ୍ତି । ଆଚମ୍ବିତ କଥା ହେଉଛି ଏଥିରେ କିଶୋରଠାରୁ ଆରମ୍ଭ କରି ସ୍କୁଲପଢୁଆ ପିଲା ମଧ୍ୟ ରହିଛନ୍ତି ।

ଏହି ଆପ୍ ରେ ବିଭିନ୍ନ ପ୍ରକାର ଗୀତ,ନାଚ,ଅଭିନୟର ଭିଡିଓ ୟୁଜର୍ସଙ୍କ ଦ୍ୱାରା କରାଯାଇଥାଏ । ବିଭିନ୍ନ ସମୟରେ ଅତି ଆପତ୍ତିଜନକ ଭିଡିଓ ମଧ୍ୟ ଏହି ଆପ୍ ରେ ଦେଖିବାକୁ ମିଳିଥାଏ । ଯାହା ପିଲାମାନଙ୍କ ପାଇଁ ଖୁବ୍ କ୍ଷତିକାରକ । ଏହି ଆପ୍ ଏଭଳି ୟୁଜର୍ସଙ୍କୁ ଗ୍ରାସ କଲାଣି ଯେ ଖାଇବା,ପିଇବା,ଶୋଇବା ଏବଂ ରାସ୍ତାରେ ଚାଲୁଥିବା ବେଳେ ମଧ୍ୟ ୟୁଜର ଟିକଟକ୍ କରିବାକୁ ଭୁଲୁନାହାନ୍ତି । ତେବେ ଏହି ମାମଲା ୨୨ ଏପ୍ରିଲକୁ କୋର୍ଟରେ ଦିଆଯାଇଥିବା ବେଳେ ଏବେ ଏଥିରେ ରୋକ ଲାଗିବା ପାଇଁ ଅର୍ଡର ଆସିଯାଇଛି । ବର୍ତ୍ତମାନ ପ୍ଲେ ଷ୍ଟୋରରୁ ଟିକଟକ୍ ଆପ୍ ହଟାଇ ଦିଆଯାଇଛି ।