ପ୍ଲେ-ଷ୍ଟୋରରୁ ହଟିଲା ଟିକଟକ୍ । ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ହଟାଇଲା ଗୁଗୁଲ । ୪୮ ଘଂଟା ମଧ୍ୟରେ ସ୍ପଷ୍ଟୀକରଣ ପାଇଁ ସରକାରଙ୍କ ନିର୍ଦେଶ
ସେପଟେ ଟିକଟକ କହିଲା, ମାନୁଛନ୍ତି ଭାରତର ସବୁ ନିୟମ, ଚୀନକୁ ଲିକ କରନ୍ତି ନାହିଁ ଡାଟା
କନକ ବ୍ୟୁରୋ: ଭାରତ-ଚୀନ୍ ସୀମା ବିିବାଦ ଭିତରେ ବଡ ନିଷ୍ପତି ନେଇଛି ଭାରତ । ଚାଇନା ଆପ୍ ଟିକଟକକୁ ବ୍ୟାନ୍ କରିଛି ଭାରତ । ତଥ୍ୟ ଚୋରି ଅଭିଯୋଗ କାରଣରୁ ଟିକ୍ଟକ୍ ସମେତ ୫୯ ଟି ଆପ୍ଲିକେସନ୍କୁ ବ୍ୟାନ୍ କରାଯାଇଛି । ଏହାସହ ୪୮ଘଂଟା ମଧ୍ୟରେ ଜବାବ ରଖିବାକୁ କୁହଯାଇଛି । ଟିକ୍ଟକ୍ର ଭାରତ ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ଯେ, ଏନେଇ ସରକାରୀ ଅଧିକାରୀଙ୍କ ସହ କମ୍ପାନୀ ଆଲୋଚନା କରିବ । ଏହାସହ ନିଜ ପକ୍ଷ ରଖିବ କମ୍ପାନୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହାରି ଭିତରେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିକ୍ଟକ୍ ଭାରତ ସରକାରଙ୍କ ସବୁ ନିୟମ ମାନିଛି ଏବଂ ବ୍ୟବହାରକାରୀଙ୍କ ଗୋପନିୟତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏପରିକି ଚୀନ୍ ସରକାରଙ୍କୁ ନିକଟରେ କୌଣସି ବ୍ୟବହାରକରୀଙ୍କ ଡାଟାକୁ ଲିକ୍ କରାଯାଇନାହିଁ ବୋଲି ଟିକ୍ଟକ୍ ପକ୍ଷରୁ କୁହାଯାଇଛି । ସେପଟେ ସରକାରଙ୍କ ନିର୍ଦ୍ଦେଶ ପରେ ଗୁଗଲ ପ୍ଲେ ଷ୍ଟୋରରୁ ଟିକ୍ଟକ୍ ଆପକୁ ହଟାଇ ଦିଆଯାଇଛି । ଏହାସହ ଗୁଗଲ ପ୍ଲେ ଷ୍ଟୋରରୁ କ୍ଲବ ଫ୍ୟାକ୍ଟ୍ରି, ସେୟାରଇଟ୍, ଲାଇକ, ଏମଆଇ ଭିଡିଓ କଲ୍, ୱେବୋ, ବାଇଡୁ ଓ ବିଗୋ ଭଳି ଚୀନ୍ ଆପକୁ ମଧ୍ୟ ହଟାଇଦିଆଯାଇଛି ।
ସେପଟେ, ଚୀନ ବିରୋଧରେ ଭାରତର ଡିଜିଟାଲ ଏୟାରଷ୍ଟ୍ରାଇକ । ଟିକଟକ୍ ସହ ମୋଟ ୫୯ଟି ଚୀନ ଆପ୍ଲିକେସନ୍ ବ୍ୟାନ କରିଛନ୍ତି ଭାରତ ସରକାର । ଅନେକ ଦିନ ଧରି ଭାରତ ଚୀନ ସୀମା ବିବାଦ ଜାରି ରହିଥିିବା ବେଳେ ଚୀନି ସାମଗ୍ରୀ ଏବଂ ଆପ୍ଲିକେସନ ବନ୍ଦ କରିବା ନେଇ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଏବେ ବ୍ୟାନ ହେବା ପରେ ଟିକକର ବିକଳ୍ପ ଭାବେ ଚିଙ୍ଗାରୀକୁ ବିବେଚନା କରାଯାଉଛି । ଚିଙ୍ଗାରି । ଗୁଗୁଲ ପ୍ଲେ ଷ୍ଟୋରରେ ଡାଉନଲୋଡ୍ କରିହେଉଥିବା ଏହି ଆପ୍ଲିକେସନ୍ ଏବେ ଭାରତୀୟଙ୍କ ପସନ୍ଦ ପାଲଟିଛି । ଆଉ ଡିଜିଟାଲ୍ ଏଂଟରଟେନମେଂଟ କ୍ଷେତ୍ରରେ ଏହି ଆପ୍ ଏବେ ଚହଳ ସୃଷ୍ଟି କରିଛି । ଓଡିଶା, ଛତିଶଗଡ ଏବଂ କର୍ଣ୍ଣାଟକର ତିିନି ଜଣ ଆଇଟି ପ୍ରଫେସନାଲ ଏହି ଆପକୁ ପ୍ରସ୍ତୁତ କରିଛନ୍ତି ।