କନକ ବ୍ୟୁରୋ : ଟିକିଏ ପ୍ରେମ ଟିକିଏ ଧୋକା । ଚକଲେଟ ରଙ୍ଗମଞ୍ଚ ପକ୍ଷରୁ ଏହି ନାଟକ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି । ଅଗଷ୍ଟ ୧୬, ୧୭ ଓ ୧୮ ତାରିଖରେ ଚକଲେଟ ରଙ୍ଗମଞ୍ଚ ତାର ପ୍ରଥମ କ୍ୟାମ୍ପ ଚୌଦ୍ୱାରରେ କରିବ । ଯେଉଁଥିରେ ଟିକିଏ ପ୍ରେମ ଟିକିଏ ଧୋକା ନାଟକ ଦର୍ଶକଙ୍କ ଆଗରେ ପରିବେଷଣ କରାଯିବ । ଚକଲେଟ ରଙ୍ଗମଞ୍ଚ ତାର ଦ୍ୱିତୀୟ ନାଟକ ଟିକିଏ ପ୍ରେମ ଟିକିଏ ଧୋକାର ଶେଷ ଅଭ୍ୟାସ ସାରିଛି ।
ଆଧୁନିକ ସମାଜର ଯୁବପୀଢି କିପରି ଫେସବୁକ ପ୍ରେମରେ ପଡୁଛନ୍ତି ଓ ତାର ପରିଣତ କଣ ହେଉଛି, ଏହି ବିଷୟ ବସ୍ତୁକୁ ନାଟକରେ ପରିବେଷଣ କରିବେ କଳାକାର । କିଛି ନୂଆ କଳାକାର ଓ କିଛି ପୁରୁଣା କଳାକାରଙ୍କୁ ନେଇ ଚକଲେଟ ରଙ୍ଗମଞ୍ଚ ତାର ଦ୍ୱିତୀୟ ନାଟକ ପ୍ରସ୍ତୁତ କରିଛି । ଏହା ନୂଆ କନସେପ୍ଟରେ ନାଟକ ପ୍ରସ୍ତୁତ ହୋଇଥିବାରୁ ଏହା ଦର୍ଶକଙ୍କ ମନ ଜିଣିବ ବୋଲି ଆଶା ରଖିଛନ୍ତି କଳାକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/vlcsnap-2022-07-26-10h56m09s791.png)