ଟିକେ ଅନାଡି ପୁରା ଖିଲାଡି

ଟିକେ ଅନାଡି ପୁରା ଖିଲାଡି

tike anadi pura khiladiଓଡିଆ ଫିଲ୍ମ ‘ଟିକେ ଅନାଡି ପୁରା ଖିଲାଡି’ର ଶୁଭ ମହୁରତ କଟକ ପଂଚମୁଖୀ ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଛି । ପ୍ରିୟାଶ୍ରୀ ମଡିଆ ପ୍ରଡକ୍ସନର ଏହା ହେଉଛି ତୃତୀୟ ଫିଲ୍ମ । ଦୁଇ ନବାଗତ କରନ ସିଂ ଓ ସଂଜନା ଜେନା ଫିଲ୍ମରେ ରୋମାଂଟିକ୍ ଭୂମିକାରେ ନଜର ଆସୁଛନ୍ତି । ତେବେ ରୋମାନ୍ସ ସହ ଫିଲ୍ମର କାହାଣୀରେ ରହିଛି ମନୋରଂଜନର ଭରପୁର ଖୋରାକ୍ । ଫିଲ୍ମରେ ବିଜୟ ମହାନ୍ତି ଓ ଜୟୀରାମ ସାମଲ ପ୍ରମୁଖ ଅଭିନୟ କରିଛନ୍ତି । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜକ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe