ଓଡିଆ ଫିଲ୍ମ ‘ଟିକେ ଅନାଡି ପୁରା ଖିଲାଡି’ର ଶୁଭ ମହୁରତ କଟକ ପଂଚମୁଖୀ ହନୁମାନ ମନ୍ଦିରରେ ଅନୁଷ୍ଠିତ ହୋଇଛି । ପ୍ରିୟାଶ୍ରୀ ମଡିଆ ପ୍ରଡକ୍ସନର ଏହା ହେଉଛି ତୃତୀୟ ଫିଲ୍ମ । ଦୁଇ ନବାଗତ କରନ ସିଂ ଓ ସଂଜନା ଜେନା ଫିଲ୍ମରେ ରୋମାଂଟିକ୍ ଭୂମିକାରେ ନଜର ଆସୁଛନ୍ତି । ତେବେ ରୋମାନ୍ସ ସହ ଫିଲ୍ମର କାହାଣୀରେ ରହିଛି ମନୋରଂଜନର ଭରପୁର ଖୋରାକ୍ । ଫିଲ୍ମରେ ବିଜୟ ମହାନ୍ତି ଓ ଜୟୀରାମ ସାମଲ ପ୍ରମୁଖ ଅଭିନୟ କରିଛନ୍ତି । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜକ ସୂଚନା ଦେଇଛନ୍ତି ।
ଟିକେ ଅନାଡି ପୁରା ଖିଲାଡି
/kanak/media/post_attachments/wp-content/uploads/2016/05/vlcsnap-2016-05-19-14h54m04s072.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)