ଗିରଫ ହେଲା ଦୁର୍ନୀତିଗ୍ରସ୍ତ କିରାଣୀ । ସାମ୍ନାକୁ ଆସିଲା ଆବାସ କେଳେଙ୍କାରୀର ସାଂଘାତିକ ସତ ।

135

କନକ ବ୍ୟୁରୋ : ଗିରଫ ହେଲେ ଦୁର୍ନତିଗ୍ରସ୍ତ କିରାଣୀ । ଆବାସ ଯୋଜନାରେ ଟଙ୍କା ଆତ୍ମସାତ ଅଭିଯୋଗରେ ତିହିଡ଼ି ବ୍ଲକର ପୂର୍ବତନ କିରାଣୀ ପ୍ରଭାକର ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ବାସୁଦେବପୁର ବ୍ଲକର ହେଡ୍ କ୍ଲର୍କ ଥିବା ପ୍ରଭାକରଙ୍କ ଅଫିସ ଓ ଘରେ ଆଜି ଚଢ଼ାଉ କରିଥିଲା ଭିଜିଲାନ୍ସ । ତାଙ୍କ ବିରୋଧରେ ଆବାସ ଯୋଜନାରେ ୩୪ ଜଣ ହିତାଧିକାରୀଙ୍କ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା ।

୨୦୧୬ରୁ ୨୦୧୮ ମସିହା ମଧ୍ୟରେ ସରକାରଙ୍କ ତହବିଲରୁ ୨୦ ଲକ୍ଷ ୨୫ ହଜାର ଟଙ୍କା ତାଙ୍କ ପତ୍ନୀ, ମାଆ ଓ ୨ ଜଣ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏ ନେଇ ମାମଲା ରୁଜୁ କରି ଚଢ଼ାଉ କରିଥିଲେ ବାଲେଶ୍ୱର ଭିଜିଲାନ୍ସ । ପ୍ରଭାକରଙ୍କ ପତ୍ନୀ, ମାଆ ଓ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଛି ଭିଜିଲାନ୍ସ । ୨ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ଆଜି ଭଦ୍ରକ ଓ ବାଲେଶ୍ୱରର ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।