କନକ ବ୍ୟୁରୋ: ନିର୍ଭୟା ସୈତାନଙ୍କୁ ଫାଶୀରେ ଝୁଲାଇବା ପାଇଁ ତିହାର ତୟାର । ଯୌନରାକ୍ଷସଙ୍କ ଫାଶୀ ପାଇଁ ଜହ୍ଲାଦ ପଠାଇବାକୁ ଉତ୍ତରପ୍ରଦେଶ ଜେଲ କର୍ତ୍ତୁପକ୍ଷଙ୍କୁ ତିହାର ଜେଲରୁ ଗଲା ଚିଠି । ମେରଠରୁ ଆସିବେ ମୃତ୍ୟୁର ସୌଦାଗର । ଏକସଙ୍ଗେ ଝୁଲିବେ ୪ ସୈତାନ, ଫାଶୀରେ ଝୁଲାଇବେ ଜହ୍ଲାଦ । ତେବେ ନିର୍ଭୟା ସୈତାନଙ୍କୁ ଫାଶୀ ପାଇଁ ପୂରା ତୟାର ତିହାର ଜେଲ ବୋଲି ତିହାର ଜେଲ କର୍ତ୍ତୁପକ୍ଷ ତରଫରୁ ସୂଚନା ମିଳିଛି ।
ସେପଟେ ପଟିୟାଲା ହାଉସ କୋର୍ଟ ଦେଇଥିବା ରାୟ ମୁତାବକ, ୪ ଦୋଷୀଙ୍କ ଫାଶୀର ତାରିଖ, ସ୍ଥାନ ବିଷୟରେ ଘାତକମାନଙ୍କୁ ଅବଗତ କରିବାକୁ ମେରଠ ଜେଲ କର୍ତ୍ତୁପକ୍ଷଙ୍କୁ ଚିଠି ଜରିଆରେ ଅବଗତ କରାଇଛନ୍ତି ତିହାର ଜେଲ କର୍ତ୍ତୁପକ୍ଷ । ତେବେ ସାତ ବର୍ଷ ପରେ ନିର୍ଭୟାକୁ ନ୍ୟାୟ ମିଳିବାକୁ ଯାଉଛି । ଆଉ ଆସନ୍ତା ଜାନୁୟାରୀ ୨୨ ତାରିଖ ସୈତାନମାନଙ୍କ ଶେଷ ସକାଳ ହେବାକୁ ଯାଉଛି । ତେଣୁ ତିହାର ଜେଲରେ ଫାଶୀ ପ୍ରକିୟା ଆରମ୍ଭ ହୋଇଥିବା କହିଛନ୍ତି ଜେଲ କର୍ତ୍ତୁପକ୍ଷ ।
ତେବେ ତିହାର ଜେଲ ବିଷୟରେ କହିଲେ ଏହା ୧୯୪୫ରେ ନିର୍ମାଣ ଆରମ୍ଭ ହେଲା ଏବଂ ୧୩ ବର୍ଷ ପରେ ୧୯୫୮ରେ ଶେଷ ହେଲା । କିନ୍ତୁ ଫାଶୀ କୋଠିର ନକ୍ସା ଇଂରେଜ ଶାସନ ସମୟରୁ ହିଁ ପ୍ରସ୍ତୁତ କରାଯାଇଥିଲା । ଏବଂ ସେହି ଆଧାରରେ ତିହାର ଜେଲରେ ଫାଶୀ କୋଠି ତିଆରି କରାଯାଇଛି । ତିହାରର ୩ ନମ୍ବର ଜେଲରେ କଏଦୀଙ୍କ ବାରାକଠାରୁ କିଛି ଦୂରରେ ଶୂନଶାନ ଜାଗାରେ ରହିଛି ଏହି ଫାଶୀ କୋଠି । ଯେଉଁଠି ଅନେକ ଦୁର୍ଦ୍ଧର୍ଶ ଅପରାଧୀଙ୍କ ଅନ୍ତ ହୋଇଛି । ଆଉ ଆସନ୍ତା ୨୨ ତାରିଖରେ ହୁଏତ ଭାରତରେ ପ୍ରଥମଥର ପାଇଁ ଏକସଙ୍ଗେ ଫାଶୀରେ ଝୁଲିବେ ଗଣଦୁଷ୍କର୍ମର ୪ ସୈତାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/7-7.jpg)