କନକ ବ୍ୟୁରୋ: ସାତକୋଶିଆରୁ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଅନୁଗୁଳରେ ପହଂଚିଛନ୍ତି ମଧ୍ୟପ୍ରଦେଶ ବନ ବିଭାଗର ଏକ ଟିମ୍ । ସବୁକିଛି ଠିକଠାକ ରହିଲେ ସପ୍ତାହେ ଭିତରେ ସୁନ୍ଦରୀ ଓଡିଶା ଛାଡିପାରେ ବୋଲି କୁହାଯାଉଛି । ସୁନ୍ଦରୀର ଜଙ୍ଗଲ ପ୍ରବୃତି ଫେରାଇ ଆଣିବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ ।
ସାତକୋଶିଆ ଫେରିଯିବ ବାଘୁଣୀ ସୁନ୍ଦରୀ । ସୁନ୍ଦରୀକୁ ଫେରାଇବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । ଅନୁଗୁଳରେ ପହଞ୍ଚିଲେ ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିନିଧି ଦଳ । #Odisha#KanakNewspic.twitter.com/6E0pScnqqj
— Kanak News (@kanak_news) March 21, 2021
କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଏହି ଟିମ ଆସି ପହଂଚିଥିବାବେଳେ ସେମାନେ ସୁନ୍ଦରୀକୁ ଦେଖିବା ପରେ ଫେରାଇ ନେବାପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ତେବେ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ଏହା ଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ । ହେଲେ ୨୦୧୮ ଜୁନରେ ସୁନ୍ଦରୀ ଆସିବା ଦିନରୁ ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ବିଶେଷ କରି ସୁନ୍ଦରୀ ଆକ୍ରମଣରେ ୨ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ ନେଇ ଅଂଚଳବାସୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାପରେ ସେହିବର୍ଷ ନଭେମ୍ବରରୁ ସୁନ୍ଦରୀ ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ ବିତାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/34-7.jpg)