ପୁଣି ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ ‘ସୁନ୍ଦରୀ’ । ଦୁଇ ବର୍ଷରେ ତୃତୀୟ ଥର ପାଇଁ କରାଗଲା ଟ୍ରାଙ୍କୁଲାଇଜ୍, ବେକରୁ କଢାଗଲା ରେଡ଼ିଓ କୋଲାର ।

394

କନକ ବ୍ୟୁରୋ : ସାତକୋଶିଆ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଆସିଛି ଆଉ ଏକ ବଡ ଖବର । ପୁଣି ଥରେ ବାଘୁଣୀ ସୁନ୍ଦରୀକୁ କରାଯାଇଛି ଟ୍ରାଙ୍କୁଲାଇଜ୍ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଦୁଇ ବର୍ଷ ମଧ୍ୟରେ ‘ସୁନ୍ଦରୀ’କୁ ତିନି ତିନି ଥର ଟ୍ରାଙ୍କୁଲାଇଜ୍ କରାଯାଇସାରିଲାଣି ।

ମିଳିଥିବା ସୂଚନା ଅନୁସାରେ, ସାତକୋଶିଆ ରାଇଗୁଡା ଏନକ୍ଲୋଜରରେ ବାଘୁଣୀ ସୁନ୍ଦରୀ ମୋଟା ହେବା କାରଣରୁ ବେକରେ ଲାଗିଥିବା ରେଡ଼ିଓ କୋଲାର ଚାପି ହୋଇଯାଇଥିଲା । ସାତକୋଶିଆ ଡିଏଫଓ ଭେଟେନାରୀ ଡାକ୍ତର ଓ ଶିମିଳିପାଳ ଟିମ ସମେତ ୧୦ ଜଣିଆ ଟିମ ମିଳିତ ଉଦ୍ୟମରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ରେଡ଼ିଓ କୋଲାରକୁ ବାହାର କରାଯାଇଛି । ବର୍ତ୍ତମାନ ସୁନ୍ଦରୀର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ନେଇ ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫଓ ।