ଜଙ୍ଗଲକୁ ଗଲା ସୁନ୍ଦରୀ । ବାନ୍ଧବଗଡ ଜାତୀୟ ଉଦ୍ୟାନରୁ ଗତ ଜୁନ ମାସ ୨୮ ତାରିଖରେ ସାତକୋଶିଆ ଆସିଥିବା ବାଘୁଣୀ ସୁନ୍ଦରୀକୁ ଆଜି ଜଙ୍ଗଲକୁ ଛଡାଯାଇଛି । ସାତକୋଶିଆରେ ପ୍ରାୟ ଦୁଇ ହେକ୍ଟର ଅଂଚଳରେ ସୁନ୍ଦରୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର କରାଯାଇଥିଲା । କିଛି ଦିନ ଅନୁଧ୍ୟାନ କଲା ପରେ ବାଘୁଣୀକୁ ଆଜି ଜଙ୍ଗଲ ଭିତରକୁ ଛଡାଯାଇଛି । ପୂର୍ବରୁ ମହାବୀର ବାଘକୁ ଜଙ୍ଗଲକୁ ଛଡାଯାଇଥିଲା ।
ଆଜି ଅପରାହ୍ନ ୩ଟା ୧୫ ମିନିଟରେ ବାଘୁଣୀକୁ ସ୍ୱତନ୍ତ୍ର ଏନକ୍ଲୋଜରରୁ ଜଙ୍ଗଲକୁ ଛଡାଯାଇଥିଲା । ତେବେ ବାଘୁଣୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ପିସିସିଏଫ ସୂଚନା ଦେଇଛି । ଏନକ୍ଲୋଜରରୁ ଜଙ୍ଗଲକୁ ଛଡାଯିବା ପରେ ଅଭୟାରଣ୍ୟ ଭିତରେ ସୁନ୍ଦରୀର ଚଳପ୍ରଚଳକୁ ସାତକୋଶିଆ ଅଭୟାରଣ୍ୟ କର୍ତ୍ତୃପକ୍ଷ ଭାରତୀୟ ବନ୍ୟଜନ୍ତୁ ଅନୁଷ୍ଠାନ ସହ ମିଳିତ ଭାବେ ନଜର ରଖିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/tiger.jpg)
/kanak/media/post_attachments/wp-content/uploads/2018/08/Royal-Bengal-tiger-walking-in-Kanha-Kisli-National-Park-300x197.jpg)