ଭୟ ବଢାଉଛି ବାଘୁଣୀ, ସୁନ୍ଦରୀ ପାଇଁ ରାତି ଅନିଦ୍ରା ! ବାଛୁରୀ ମୃତ୍ୟୁ ପରେ ଅନୁଗୁଳ ବିପ୍ରଡିହରେ ସୁନ୍ଦରୀ ଉପସ୍ଥିତି ନେଇ ବଢିଲା ସନ୍ଦେହ

Advertisment
ଭୟ ବଢାଉଛି ବାଘୁଣୀ, ସୁନ୍ଦରୀ ପାଇଁ ରାତି ଅନିଦ୍ରା ! ବାଛୁରୀ ମୃତ୍ୟୁ ପରେ ଅନୁଗୁଳ ବିପ୍ରଡିହରେ ସୁନ୍ଦରୀ ଉପସ୍ଥିତି ନେଇ ବଢିଲା ସନ୍ଦେହ

ଦିନକୁ ଦିନ ସାତକୋଶିଆ ଅଭୟାରଣ୍ୟରେ ବଢ଼ିବାରେ ଲାଗିଛି ବାଘୁଣୀ ‘ସୁନ୍ଦରୀ’ର ଆତଙ୍କ। କେତେବେଳେ ମଣିଷ ଶିକାର କଲାଣି ତ ପୁଣି କେତେବେଳେ ଗାଈଗୋରୁଙ୍କୁ କରୁଛି ଆକ୍ରମଣ। ବାଘୁଣୀର ଆତଙ୍କ ଯୋଗୁଁ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ନିଦ ହଜାଇ ଦେଇଛି ସାତକୋଶିଆର ସୁନ୍ଦରୀ।

ଗୋଟିଏ ପଟେ ବାଘୁଣୀକୁ ଖୋଜିବା ପାଇଁ ଦିନରାତି ଏକ କରି ଦେଇଛି ବନବିଭାଗ। ଅନ୍ୟପଟେ ବିପ୍ରଡିହ ଗାଁରେ ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଗାଈଗୋରୁ କ୍ଷତବିକ୍ଷତ ହୋଇଥିବା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଭଳି କି ବନ ବିଭାଗ କର୍ମଚାରୀଙ୍କ ଆଖି ସାମ୍ନାରେ ଗୋରୁ ଶିକାର କରିଛି ସୁନ୍ଦରୀ।  ବନ ବିଭାଗ କହୁଛି , ପୁରୁଣାକୋର୍ଟ ରେଞ୍ଜର ୬ କିଲୋମିଟର ଭିତରେ ରହିଛି ସୁନ୍ଦରୀ। ହେଲେ  ଜଣାପଡୁଛି ଏହା ଟିକରପଡ଼ାଠାରୁ ଶହେ କିଲୋମିଟର ଦୂର ଅତିକ୍ରମ କରିସାରିଛି। ଆଉ ସାତକୋଶିଆରେ ବାଘ ଖୋଜା ଭିତରେ ଗତକାଲି ଡେରାଡୁନରୁ ଆସି ପହଞ୍ଚିଛି ଏକ ବିଶେଷଜ୍ଞ ଦଳ।

‘ମୁଁ ଦେଖିଛି ବାଘ’। ଆଖି ସାମ୍ନାରେ ଗୋରୁ ଶିକାର। ଅନୁଗୁଳ ଜିଲ୍ଲାର ବିପ୍ରଡିହ ଗାଁରୁ ଆସିଥିବା ଏହି ବୟାନ ଏବଂ କ୍ଷତବିକ୍ଷତ ହୋଇଥିବା ଗୋରୁ ହିଁ ପ୍ରମାଣ କରୁଛି ଯେ, ସୁନ୍ଦରୀ ବାଘୁଣୀ ଆଉ ପୁରୁଣା କୋର୍ଟ ରେଞ୍ଜ ଅଂଚଳରେ ନାହିଁ ବରଂ ଟିକରପଡ଼ାରୁ ପ୍ରାୟ ଶହେ କିଲୋମିଟର ଦୂରକୁ ଚାଲିଗଲାଣି ବାଘୁଣୀ। ବନ ବିଭାଗ ଯେଉଁ ‘ରେଡିଓ କଲାର’ର ସହାୟତାରେ ଦାବି କରୁଥିଲା ଯେ, ସୁନ୍ଦରୀ ୬ କିଲୋମିଟର ଭିତରେ ରହିଛି, ସେହି ଦୃଢ଼ୋକ୍ତିକୁ ଭୁଲ ପ୍ରମାଣିତ କରିଦେଇଛି ବିପ୍ରଡିହ ଗାଁର ଚିତ୍ର।

ସୁନ୍ଦରୀ ବାଘ ଶୁକ୍ରବାର ଗାଁର ଗୋରୁପଲ ଉପରେ ଆକ୍ରମଣ କରିଛି। ଯେଉଁଥିରେ ଗୋଟିଏ ବାଛୁରୀ ପ୍ରାଣ ହରାଇଥିବା ବେଳେ କିଛି ଗାଈବଳଦ ଆହତ ହୋଇଛନ୍ତି। ଏଭଳି ସ୍ଥିତିରେ ନିଜ ସୁରକ୍ଷା ନିଜ ହାତକୁ ନେଇଛନ୍ତି ଗାଁ ଲୋକ। ବାଘ ଭୟରେ ଘରେ ନା’ ଚୁଲି ଜଳୁଛି ନା’ ଆଖିକୁ ନିଦ ଆସୁଛି। କୁନି କୁନି ପିଲା ସ୍କୁଲ ଯାଉନାହାନ୍ତି, ସୁନ୍ଦରୀ ଆତଙ୍କ ଯୋଗୁଁ ଗାଁକୁ ଶିକ୍ଷକ ମଧ୍ୟ ଆସୁ ନାହାଁନ୍ତି। ଫଳରେ ଉକ୍ତ ଅଞ୍ଚଳରେ ସ୍କୁଲ ବନ୍ଦ ରହିଛି। ଗାଈଗୋରୁ ଉପରେ ବାଘ ଆକ୍ରମଣ ନିଜ ଆଖିରେ କିଛି ଲୋକ ଦେଖିବା ପରେ ଗାଁରେ ସ୍ଥିତି ଆହୁରି ସଂଗୀନ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe