ଅଯୋଧ୍ୟା ମାମଲା : ୟୁପିରେ ସୁରକ୍ଷା ବ୍ୟବସ୍ଥା କଡାକଡି, ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି କର୍ମଚାରୀଙ୍କ ଛୁଟି ରଦ୍ଦ

Advertisment
ଅଯୋଧ୍ୟା ମାମଲା : ୟୁପିରେ ସୁରକ୍ଷା ବ୍ୟବସ୍ଥା କଡାକଡି, ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି କର୍ମଚାରୀଙ୍କ ଛୁଟି ରଦ୍ଦ

source : India today

କନକ ବ୍ୟୁରୋ : ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମ୍ କୋର୍ଟରେ ଶୁଣାଣି ଶେଷ ହେବା ସହ ସମଗ୍ର ଉତ୍ତର ପ୍ରଦେଶରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଅଯୋଧ୍ୟାରେ ଧାରା ୧୪୪ ବଳବତ୍ତର ରହିଛି। ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମସ୍ତ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଛୁଟି ରଦ୍ଦ କରିଛନ୍ତି। ସମସ୍ତ ଅଫିସର ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି। ଅଯୋଧ୍ୟା ରାୟ ନଭେମ୍ବର ୧୭ ସୁଦ୍ଧା ଆସିବାକୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ଆଗୁଆ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ଅଯୋଧ୍ୟpublive-imageା ମାମଲାରେ ରାମ ଜନ୍ମଭୂମି ନ୍ୟାସର ବରିଷ୍ଠ କାର୍ୟ୍ୟକର୍ତ୍ତା ରାମ ବିଳାସ ବେଦାନ୍ତ କହିଛନ୍ତି ଯେ ରାମଲଲାଙ୍କ ବିଜୟ ହୋଇସାରିଛି ଏବଂ ଅଯୋଧ୍ୟାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ଦିଗରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେ ଆଶ୍ବସ୍ତ ଅଛନ୍ତି। ଭାରତର ସମ୍ବିଧାନ ଉପରେ ଦେଶବାସୀଙ୍କ ପୂର୍ଣ୍ଣ ଭରସା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe