କଡା ସୁରକ୍ଷା ବଳୟରେ ଦିଲ୍ଲୀ , ୧୦ ହଜାର ଜବାନ ମୁତୟନ । ସିସିଟିଭି ନଜରରେ ରାଜପଥ

Advertisment
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ଛାଉଁଣୀ । ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଅଭେଦ୍ୟ ଦୁର୍ଗ ପାଲଟିଲା ରାଜଧାନୀ, ଗଳିକନ୍ଦିରେ ନିୟୋଜିତ ହେଲେ ଯବାନ ।

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ସୈନ୍ୟ ଛାଉଁଣୀ ପାଲଟିଛି । ୧୦ ହଜାର ଯବାନ, ୧୫ ଶହ କ୍ୟାମେରା, ଶତାଧିକ ସିସିଟିଭି, ଡ୍ରୋନ କ୍ୟାମେରା ଜରିଆରେ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି ଦିଲ୍ଲୀ ପୁଲିସ । ରାଜପଥ ପରେଡ ଉପରେ ରହିଛି ଖାସ୍ ନଜର ।

ଏହା ବାଦ ଜନଗହଳି ସ୍ଥାନ ତଥା ପ୍ରସିଦ୍ଧ ସ୍ଥାନ ଗୁଡିକ ଉପରେ ବି ନଜର ରଖା ଯାଇଛି । ଚଳିତ ବର୍ଷ, ସ୍ଥାନେ ସ୍ଥାନେ ଚେହେରା ଚିହ୍ନଟ ମେସିନ ଓ ଭ୍ରାମ୍ୟମାଣ ମୋବାଇଲ କଂଟ୍ରୋଲ ରୁମ ଜରିଆରେ ଅଭେଦ୍ୟ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe