କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ଦିଲ୍ଲର ଛାତିରେ ଯାହା ଘଟଣା ଘଟିଲା ତାହା ସାରା ଦେଶ ଦେଖିଲା । କୃଷି ଆଇନକୁ ବିରୋଧ ନାଁରେ ଟ୍ରାକ୍ଟର ରାଲିରେ ସାମିଲ ହୋଇ ହଜାର ହଜାର ଚାଷୀ ଆଇନ ଭାଙ୍ଗିଲେ । ଏପରିକି ଲାଲ କିଲ୍ଲା ଉପରକୁ ଯାଇ ଶିଖ ଧର୍ମୀୟ ପତାକା ଲଗାଇଲେ । ଅନୁମତି ମିଳିଥିବା ରୁଟ ବଦଳରେ ଅନ୍ୟ ରୁଟ୍ରେ ଯାଇ ପହଂଚିଗଲେ ଲାଲକିଲ୍ଲା । ଆଉ ତା ପରେ ଯାହା ଘଟିଲା, ସାରା ଦେଶ ଦେଖିଲା । ଆଉ ଏହାପରେ ଲାଲକିଲ୍ଲାର କାର୍ଯ୍ୟାଳୟରେ ଧ୍ୱସଂଲୀଳା ରଚିଥିଲେ ପ୍ରତିବାଦକାରୀ । କମ୍ପୁଟର, ଆସବାବପତ୍ର ଯାହା ସାମ୍ନାରେ ଦେଖିଥିଲେ ତାକୁ ଭାଙ୍ଗି ଚୁରମାର କରିଦେଇଥିଲେ । ଟ୍ରାକ୍ଟର ରାଲି ପୂର୍ବରୁ ଶାନ୍ତି ଶୃଙ୍ଖଳାର କଥା କହୁଥିବା ଚାଷୀ ନେତା ଏବେ କହୁଛନ୍ତି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ।
ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ଟ୍ରାକ୍ଟର ରାଲିରେ ବାହାରି ଚାଷୀମାନେ ଯେଉଁ କାଣ୍ଡ ଭିଆଇଲେ ତାକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି ଚାଷୀନେତା । କହିଛନ୍ତି ଚାଷୀଙ୍କୁ ଦିଲ୍ଲୀର ରାସ୍ତା ଜଣାନଥିଲା । ରିଂ ରୋଡରୁ ଫେରିବା ବଦଳରେ ସେମାନେ ଭୁଲବଶତଃ ଲାଲକିଲ୍ଲାକୁ ପଳାଇଥିଲେ । ତେବେ ଭୁଲ ରାସ୍ତାରେ ପଳାଇଥିବା ଚାଷୀ ସେଠାରେ ପହଂଚି ଏମିତି କାଣ୍ଡ ଭିଆଇଥିଲେ । ଗଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀରେ ପ୍ରତିବାଦ ନାଁରେ ଏପରି ହିଂସାକୁ ସମାଲୋଚନା କରାଯାଇଛି ।
ଗଣତନ୍ତ୍ର ଦିବସରେ ଲାଲକିଲ୍ଲା ସମେତ ସାରା ଦିଲ୍ଲୀରେ ଯେଉଁ ଅଭାବନୀୟ ଘଟଣା ଘଟିଲା ତାହା ଉପଦ୍ରବରୁ କମ ନଥିଲା । ପ୍ରତିବାଦର ଏପରି ଚିତ୍ର ଚାଷୀ ଆନ୍ଦୋଳନର ଭବିଷ୍ୟତ ଉପରେ ପ୍ରଶ୍ନ ଲଗାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/lal-killa.jpg)