ରିପୋର୍ଟରୁ ଆସିଲା ଚାଚଂଲ୍ୟକର ତଥ୍ୟ : କୋର୍ବେଟ ଜାତୀୟ ଉଦ୍ୟାନରେ ହାତୀଙ୍କୁ ମାରି ଖାଉଛନ୍ତି ବାଘ !

Advertisment
ରିପୋର୍ଟରୁ ଆସିଲା ଚାଚଂଲ୍ୟକର ତଥ୍ୟ : କୋର୍ବେଟ ଜାତୀୟ ଉଦ୍ୟାନରେ ହାତୀଙ୍କୁ ମାରି ଖାଉଛନ୍ତି ବାଘ !

source : News18.com

ଉତ୍ତରାଖଣ୍ଡର କୋର୍ବେଟ ନ୍ୟାସନାଲ ପାର୍କରେ ବାଘମାନେ ହାତୀଙ୍କ ଜୀବନ ନେଉଛନ୍ତି ଓ ତାଙ୍କୁ ଖାଉଛନ୍ତି । ଜଣେ ଅଧିକାରୀଙ୍କ ବୟାନ ଅନୁସାରେ, ବାଘ ବିଶେଷ କରି କମ୍ ବୟସର ହାତୀଙ୍କ ଶିକାର କରୁଛନ୍ତି । ବନ୍ୟଜୀବ ବିଶେଷଜ୍ଞଙ୍କ କହିବା ମୁତାବକ, ଉଦ୍ୟାନର ଅଧିକାରୀଙ୍କ ନିରୀକ୍ଷଣରେ ଏହି ଚିନ୍ତାଜନକ କାରଣ ସାମନାକୁ ଆସିଛି । କାହିଁକିନା ସାଧାରଣତଃ ବାଘମାନେ ହାତୀଙ୍କୁ ଖାଆନ୍ତିନି ।

ଅଧ୍ୟୟନ ମୁତାବକ, ୨୦୧୪ରୁ ୩୧ ମେ ୨୦୧୯ ମଧ୍ୟରେ ଜୀବଜନ୍ତୁଙ୍କ ମଧ୍ୟରେ ଲଢ଼େଇରେ ମୋଟ୍ ୯ ବାଘ ଓ ୬ ଚିତା ମୃତ ଘୋଷିତ ହୋଇଛନ୍ତି । ତିନି ପ୍ରଜାତି ମଧ୍ୟରେ ମୋଟ୍ ୩୬ ମାମଲାରୁ କେବଳ ୨୧ ମାମଲା ହାତୀଙ୍କ ଅଛି । ଆଶ୍ଚର୍ଯ୍ୟଜନକ ତଥ୍ୟ ଏହା ଥିଲା ଯେ, ପାଖାପାଖି ୬୦ ପ୍ରତିଶତ ଜଙ୍ଗଲୀ ହାତୀଙ୍କ ମୃତ୍ୟୁ ମାମଲା ବାଘଙ୍କ ଆକ୍ରମଣ ଦ୍ୱାରା ହୋଇଥିବା ଜଣାପଡିଛି । ବିଶେଷକରି କମ୍ ବୟସର ହାତୀଙ୍କ ଉପରେ ବାଘମାନେ ଆକ୍ରମଣ କରିଛନ୍ତି ।

ବରିଷ୍ଠ ଆଇଏଫଏସ ଅଧିକାରୀ କହିଛନ୍ତି କି, ବାଘଙ୍କ ଦ୍ୱାରା ହାତୀଙ୍କୁ ଖିଆଯିବା ଘଟଣା ଅଦ୍ଭୁତ । କାରଣ ଏହା ବି ହୋଇପାରେ କି, ସାମ୍ବର ଓ ଚିତ୍ତଲ ଭଳି ପ୍ରଜାତିଙ୍କ ତୁଳନାରେ ହାତୀଙ୍କ ଶିକାରରେ ବାଘମାନଙ୍କୁ କମ୍ ଶକ୍ତି ଓ ଚେଷ୍ଟାର ଆବଶ୍ୟକତା ପଡେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe