କେମିତି ମଲା କଲରାପତରିଆ ବାଘ । ଅନୁଗୁଳ ଆଠମଲ୍ଲିକ ବନଖଣ୍ଡ ମିଣ୍ଡୁଳ ଗାଁରୁ ବାଘର ମୃତଦେହ ଉଦ୍ଧାର, ସ୍ୱାଭାବିକ ମୃତ୍ୟୁ ନା ଶିକାରି ଫାଶରେ ପଡିଥିଲା ସେ ନେଇ ସନ୍ଦେହ

269

କନକ ବ୍ୟୁରୋ : ଅନୁଗୁଳ ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୁଳ ଗାଁ ନିକଟ ଏକ କାଜୁ ବଗିଚାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର । ବାଘର ମୃତ ଦେହ ପଚି ଶଢି ଗଲାଣି । ତେଣୁ ୩-୪ ଦିନ ତଳୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଫାଶ ଭିତରେ ବାଘର ବେକ ଓ ଦେହ ଚାପି ହୋଇ ରହିଛି । ତେଣୁ ଶିକାରି ଫାଶରେ ପଡି ପ୍ରାଣ ହରାଇଥିବା ଆଶଙ୍କା ଅଧିକ ରହିଛି । ପୂର୍ବରୁ ମଧ୍ୟ ଅନୁଗୁଳରେ ଅନେକ ଥର କଲରାପତରିଆ ବାଘ ଶିକାର କରାଯାଇଛି । ଗତ ଜାନୁଆରୀ ପ୍ରଥମ ସପ୍ତାହରେ ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗି ଗାଁ ପାଖରେ ଫାଶରେ ପଡ଼ି ମା’ ଓ ଛଆ ବାଘର ମୃତ୍ୟୁ ହୋଇଥିଲା । ୨୦୨୨ ନଭେମ୍ବର ମାସରେ ଆଠମଲ୍ଲିକ ବାମୁର ବନାଂଚଳରେ କଲରାପତରିଆ ବାଘର ଶିକାର କରାଯାଇଥିଲା । ବିଦ୍ୟୁତ ତାର ବିଛାଇ ବାଘକୁ ହତ୍ୟା କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ ।