‘ଟାଇଗର ଜିନ୍ଦା ହୈ’ ଫାଷ୍ଟ ଲୁକ ପୋଷ୍ଟର ! ପ୍ରଶଂସକଙ୍କ ପାଇଁ ସଲମାନଙ୍କ ଦୀପାବଳି ଗିଫ୍ଟ

28

ଦିପାବଳୀ ପୂର୍ବରୁ ପ୍ରଂଶସକଙ୍କୁ ଖୁସି କରିଛନ୍ତି ବଲିଉଡ ସୁପରଷ୍ଟାର ସନମାନ ଖାନ । ଦୀପାବଳି ଉପହାର ଭାବେ ନିଜ ସିନେମାର ଫାଷ୍ଟ ଲୁକ୍ ପ୍ରଂଶସକକୁ ଭେଟି ଦେଇଛନ୍ତି ।ଏହି ପୋଷ୍ଟକୁ ଟ୍ୱିଟରେ ସେୟାର କରି ଦୀପାବଳି ଗିଫ୍ଟ ପସନ୍ଦ ହେଉଛି କି ନାହିଁ ବୋଲି ପଚାରିଛନ୍ତି । ତା ସହ ଖ୍ରୀଷ୍ଟମାସରେ ପୁଣି ଦେଖାହବ ବୋଲି ଟ୍ୱିଟ କରିଛନ୍ତି ସଲମାନ ।ପୋଷ୍ଟରରେ ସଲମାନ ସିରିୟସ ନଜର ଅନ୍ଦାଜରେ ଆସୁଛନ୍ତି ।  ତାଙ୍କ କାନ୍ଧ ଉପରେ ବନ୍ଧୁକ ରହିବା ସହ ମଥାରେ ଆଘାତ ଲାଗିଛି । ଏଥିରୁ ଜଣାପଡୁଛି, ଫିଲ୍ମରେ ତାଙ୍କ ଚରିତ୍ର କେତେ ଭୟଙ୍କର ହୋଇଛି ।

ପୋଷ୍ଟରରେ କ୍ୟାପସନ ଅଛି ‘ ନୋ ୱାନ ହଂଟସ ଲାଇକ ଏ ୱାଉଣ୍ଡଡେଡ ଟାଇଗର’ । ଏହି କ୍ୟାପସନ ଫିଲ୍ମ ବିଷୟରେ ଜାଣିବା ପାଇଁ ଯଥେଷ୍ଟ । ଝଗଡା, ଫାଇଟିଂ ରେ ଭରପୂର ଏହି ଫିଲ୍ମ ।୨୦୧୨ରେ ଫିଲ୍ମ ‘ଏକ ଥା ଟାଇଗର’ ଫିଲ୍ମରେ ଜୋୟା ଚରିତ୍ରରେ ନଜରକୁ ଆସିଥିଲେ କାଟ୍ରିନା କୈଫ ।ସଲମାନ -କାଟ୍ରିନା ଯୋଡି ‘ଯୁବରାଜ’ ’ ମେନେ ପ୍ୟାର କ୍ୟୁଁ କିୟା ’ ଓ ’ପାଟନର’ ଫିଲ୍ମରେ କାମ କରିଥିଲେ । ଅଲ୍ଲୀ ଆବାସ ଜାଫର ନିର୍ଦେଶିତ ‘ଟାଇଗର ଜିନ୍ଦା ହୈ’ ଡିସେମ୍ବର ୨୨ରେ ସ୍କ୍ରିନରେ ହିଟ୍ ହେବ ।