ସାଥି ପାଇଁ ବାଘ ଚାଲିଲା ୨୦୦୦ କିଲୋମିଟର : ସୋସିଆଲ୍ ମିଡିଆରେ ସେୟାର୍ ହେଲା ବାଘ ବୁଲୁଥିବା ସ୍ଥାନର ନକ୍ସା , ଲୋକ କହିଲେ , ବାଘକୁ ଦରକାର ଟିଣ୍ଡର ଆପ୍ । 

244

ସାଥୀ ପାଇଁ ବାଘ ଚାଲିଲା ୨୦୦୦ କିଲୋମିଟର । ଶୁଣି ଅଜବ ଲାଗୁଥିଲେ ବି କଥା ଟି ସତ ଆଜ୍ଞା । ପ୍ରେମ ପାଇଁ ୨ ହଜାର କି.ମି.ର ପଥ ପାର କରିଗଲା ଏହି ବାଘ । ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ବାଘକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ସୋସିଆଲ୍ ମିଡିଆରେ ଏହି ବାଘର ଫଟୋ ଏବଂ ସେ ଯେଉଁ ଯେଉଁ ସ୍ଥାନରୁ ଅତିକ୍ରମ କରିଛି ତାହାର ଏକ ନକ୍ସା ଖୁବ୍ ଭାଇରାଲ୍୍ ହେଉଛି । ତେବେ ବର୍ତ୍ତମାନ ଲୋକମାନେ ଏହି ବାଘ ପାଇଁ ଟିଣ୍ଡର ଆପ୍ ଆବଶ୍ୟକ ବୋଲିି କହି ମଜା କରୁଛନ୍ତି । ଆପଣଙ୍କୁ କହିରଖୁଛୁ ଏହି ବାଘର ବିବରଣୀ ଆଇଏଫଏସ୍ ପ୍ରବୀଣ କାସବାନ୍ ମାର୍ଚ୍ଚ ୫ ତାରିଖରେ ନିଜ ଟ୍ୱିଟରରେ ସେୟାର୍ କରିଥିଲେ । ଏହା ପରଠାରୁ ଏହି ବାଘ ଚର୍ଚ୍ଚାକୁ ଆସିଥିଲା ।

ଟ୍ୱିଟରେ ପ୍ରବୀଣ କାସବାନ୍ ବାଘ ସହ ଏକ ନକ୍ସା ସେୟାର୍ କରିଥିଲେ । ସେ ଲେଖିଥିଲେ , ଭାରତର ଏହି ବାଘଟି ରେକର୍ଡ ଭାଙ୍ଗି ଯାତ୍ରା କରିଛି । ବର୍ତ୍ତମାନ ଜ୍ଞାନଗଙ୍ଗା ଜଙ୍ଗଲରେ ଥିବା ଏହି ବାଘଟି ସାଥୀ ଖୋଜୁଥିବାର ଦେଖାଯାଉଛି । ଯାତ୍ରାକାଳରେ କାହାକୁ କୌଣସି ଅସୁବିଧାରେ ନପକାଇ କ୍ଷେତ,ଜଙ୍ଗଲ ଏବଂ ସଡକ ଦେଇ ବାଘଟି ପହଁଚିଥିଲା । ଯାତ୍ରା ସମୟରେ ଦିନବେଳା ବିଶ୍ରାମ କରି ରାତିରେ ସାଥୀ ଖୋଜିବା ପାଇଁ ବାହାରୁଥିଲା ବାଘ ।