ଜାଲରେ ପଡିଲା ବାଘ । ବୁଗୁଡା କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବଛା ଯାଇଥିଲା ଜାଲ, ଫସିଗଲା ଚିତା ବାଘ ।

Advertisment
ଜାଲରେ ପଡିଲା ବାଘ । ବୁଗୁଡା କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବଛା ଯାଇଥିଲା ଜାଲ, ଫସିଗଲା ଚିତା ବାଘ ।

କନକ ବ୍ୟୁରୋ : ଫାସରେ ଫସିଗଲା ବାଘ । ଜଙ୍ଗଲି ଜନ୍ତୁ ପାଇଁ ବଛା ଯାଇଥିବା ଜାଲରେ ପଡି ଯାଇଥିଲା ଚିତାବାଘ । ଗଂଜାମ ଜିଲ୍ଲା ବୁଗୁଡା ବନବିଭାଗର ନଗୁଡୁ ଗ୍ରାମର କୁଣ୍ଡାଖାଇ ପାହାଡରେ ଜଙ୍ଗଲି ଜନ୍ତୁ ଶିକାର ପାଇଁ ବେଆଇନ୍ ଭାବେ ଫାସ ବସା ଯାଇଥିଲା । ଯେଉଁଥିରେ ଏକ ଚିତାବାଘ ପଡି ଯାଇଥିଲା । ଏନେଇ ଖବର ପାଇଁ ବୁଗୁଡା ବନବିଭାଗ ଚିତକୁ ଉଦ୍ଧାର କରିଛି । ସ୍ୱସ୍ଥ୍ୟ ଯାଞ୍ଚ ପରେ ବାଘଟିକୁ ଜଙ୍ଗଲରେ ଛଡାଯିବ ।

ଆଜି ସକାଳ ପ୍ରାୟ ଆଠଟା ସମୟରେ ମାଣିତରା ଫରେଷ୍ଟ ଗାର୍ଡ ସରସ୍ବତୀ ନାୟକ ପଥର ବୁଝିବା ପାଇଁ ବଡ଼ ପଥର ପାହାଡ଼କୁ ଯାଇଥିଲେ। ସେ ସମୟରେ ବାଘ ଗର୍ଜନ ଶୁଣି ଆଖ ପାଖରେ ଦେଖିଲା ବେଳକୁ ବାରହା ଶିକାର ପାଇଁ ଫାଶ ପକା ଯାଇଥିବା ତାରରେ ବାଘଟି ଫଶିଯାଇଥିବା ତା ଅଣ୍ଟାରେ ଫାସ ଲାଗି ଯାଇଥିବାରୁ ବାଘଟି ଯାଇ ପାରୁ ନଥିବା ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଫରେଷ୍ଟ ଟିମ ଜାଲ ଧରି ଘଟଣା ସ୍ଥଳରେ ପହଞ୍ଚି ଥିଲେ ହେଁ ପାଖରେ ଲଟା ବୁଦା ଥିବାରୁ ଜାଲ ପକାଇ ଧରିବା କଷ୍ଟ କର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe