ସୁନ୍ଦରଗଡରେ ବାଘ ଆତଙ୍କ : ଆକ୍ରମଣରେ ୫ଜଣ ଆହତ, ହସ୍ପିଟାଲରେ ଭର୍ତ୍ତି, ହେମଗିରି ବନଖଣ୍ଡ ଅଂଚଳରୁ ପାଖ ରାମ୍ପିଆ ଗାଁକୁ ପଶି ଆସିିଥିବା ସୂଚନା; ବନବିଭାଗର ବାଘ ଖୋଜା ଅଭିଯାନ ଆରମ୍ଭ

248

କନକ ବ୍ୟୁରୋ : ସୁନ୍ଦରଗଡରେ ବାଘ ଆତଙ୍କ । ହେମଗିରି ବନଖଣ୍ଡ ଅଂଚଳରେ ବାଘ ୫ ଜଣଙ୍କୁ ଆକ୍ରମଣ କରି ଘାଇଲା କରିଛି । ହେମିଗିରି ରେଂଜର ରାମ୍ପିଆ ଗାଁକୁ ପଶିଆସିଛି ବାଘ । ଜଣେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ଘରର ଅନ୍ୟ ପୁରୁଷ ସଦସ୍ୟ ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ବାଘ ସହ ମୁହାଁମୁହିଁ ହୋଇ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ହେମଗିରି ହସପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ବନବିଭାଗକୁ ଖବର ଦିଆଯିବା ପରେ ଜଙ୍ଗଲ ଭିତରେ ଆରମ୍ଭ ହୋଇଛି ବାଘ ଖୋଜା ଅଭିଯାନ ।