ନୂଆପଡ଼ାରେ ବାଘ ଆତଙ୍କ: ଗାଁ ପାଖ ପାହାଡ଼ରେ ବାଘ ବୁଲିବା ପରେ ଲୋକଙ୍କ ଭିତରେ ଛନକା; ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାଖ ପାହାଡ଼ରେ ବୁଲୁଛି କଲରାପତରିଆ ବାଘ

ନୂଆପଡ଼ାରେ ବାଘ ଆତଙ୍କ: ଗାଁ ପାଖ ପାହାଡ଼ରେ ବାଘ ବୁଲିବା ପରେ ଲୋକଙ୍କ ଭିତରେ ଛନକା; ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାଖ ପାହାଡ଼ରେ ବୁଲୁଛି କଲରାପତରିଆ ବାଘ

କନକ ବ୍ୟୁରୋ: ନୂଆପଡ଼ାରେ ବାଘ ଆତଙ୍କ । ନୂଆପଡ଼ା ଖରିଆର ରୋଡ଼ର ହଳଦୀ ଜଙ୍ଗଲ ପାହାଡ଼ରେ ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଯାହାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବାଘଟିକୁ ଦେଖି ଗାଁ ଲୋକେ ଏକାଠି ହୋଇ ହୋ ହାଲ୍ଲା କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଲୋକମାନଙ୍କ ପାଟି ଶୁଣି ବାଘଟି ପାହାଡ଼ ନିକଟରୁ ଦୌଡି ପଳାଉଥିବାର ଦେଖିବାକୁ ମିଳିଛି ।

ଏହି ସବୁ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିବା ବେଳେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । କିଛି ବର୍ଷ ତଳେ ଖରିଆର ରୋଡ଼ ରେଂଜ ହଳଦୀ ଜଙ୍ଗଲରୁ ୨ଟି କଳରାପତରିଆ ବାଘକୁ ଧରି ନନ୍ଦନକାନନରେ ଛଡ଼ା ଯାଇଥିଲା । ଏବେ ପୁଣି ଏକ ବାଘ ଦେଖିବା ପରେ ବନ ବିଭାଗକୁ ଖବର ଦିଆଯାଇଛି । ବିଭାଗ ବାଘଟିକୁ କାବୁ କରିବାକୁ କୌଣସି ପଦକ୍ଷେପ ନେଇନଥିବା ବେଳେ କେବଳ ଲୋକଙ୍କୁ ସର୍ତକ ରହିବା ପାଇଁ ପରାମର୍ଶ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe