କନକ ବ୍ୟୁରୋ: ସୁନ୍ଦରଗଡ଼ର ବେଲବାହାଲ ଗାଁରେ ବାଘ ଆତଙ୍କ । ଶିକାର ଉଦ୍ଦେଶ୍ୟରେ ଘର ବାଡ଼ିକୁ ପଶି ଆସୁଛି କଲରାପତରିଆ ବାଘ । ବାଘକୁ ଧରିବା ପାଇଁ ଏବେ ନିୟୋଜିତ ହୋଇଛି ବନ ବିଭାଗ । ଏକ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଛେଳିକୁ ରଖି ବାଘକୁ ଫାସରେ ପକାଇବା ପାଇଁ ଜାଲ ପ୍ରସ୍ତୁତ କରିଛି ବନ ବିଭାଗ । ବୁଦାଳିଆ ଜଙ୍ଗଲରେ ଲୁଚି ରହିଛି କଲରା ପତରିଆ ବାଘ । ଏଥିପାଇଁ ଲୋକଙ୍କୁ ଜଙ୍ଗଲକୁ ନ ଯିବା ପାଇଁ କୁହାଯାଇଛି ।

Advertisment

ସେପଟେ ବାଘକୁ କାବୁ କରିବା ପାଇଁ ରାଉରକେଲାରୁ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ୍ ଟିମ୍ ପହଞ୍ଚିଛି । ଘଟଣାସ୍ଥଳରେ ସୁନ୍ଦରଗଡ ଡିଏଫଓ ମଧ୍ୟ ଉପସ୍ଥିତ ରହିଛନ୍ତି । ଜନ୍ତା ଜରିଆରେ ପ୍ରଥମେ ବାଘକୁ ଧରିବାକୁ ପ୍ରୟାସ କରାଯିବ । ତାହା ସଫଳ ନହେଲେ ବାଘକୁ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ସୂଚନା ମିଳିଛି । ସୁନ୍ଦରଗଡ଼ର ଗେଲାଇବାହାଲ ଗାଁରେ ଶିକାର ଉଦ୍ଦେଶ୍ୟରେ ଘର ବାଡ଼ିକୁ ପଶି ଆସୁଛି କଲରାପତରିଆ ବାଘ । ପଡ଼ିଆରେ ଗାଈଗୋରୁଙ୍କୁ ଗୋଡ଼ାଉ ଥିବାର ଦୃଶ୍ୟ କ୍ୟାମେରାରେ କଏଦ ବି ହୋଇଛି ।