ବାଲେଶ୍ୱରରେ ବାଘ ଆତଙ୍କ! ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରିଥିବା ସୂଚନା

811

କନକ ବ୍ୟୁରୋ: ପୁଣି ବାଘ ଆତଙ୍କ । ବାଲେଶ୍ୱର ଖଇରା ବ୍ଳକ ଗଡ଼ ଗାଁରେ ବାଘ ଯୋଗୁଁ ଭୟଭୀତ ହୋଇପଡିଛନ୍ତି ଲୋକମାନେ । ବାଘଟି ଗାଁ ଭିତରେ ବୁଲୁଥିବା ବେଳେ ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଗାଁ ଭିତରେ ବାଘଟି ୬ ଜଣଙ୍କୁ ଆକ୍ରମଣ କରିଥିବାବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି । ପ୍ରଥମେ ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରି କ୍ଷତାକ୍ତ କରିପକାଇଥିଲା । ମହିଳାଙ୍କ ଚିକ୍ରାର ଶୁଣି ବାଘଟି ଜଙ୍ଗଲ ଭିତରକୁ ପଳାଇଥିଲା । ଏବେ ବି ବାଘଟି ଗାଁରେ ଘୂରି ବୁଲୁଥିବା ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ବାଘ ଯୋଗୁଁ ଗାଁରେ ଆତଙ୍କ ଖେଳି ଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ।