କେନ୍ଦୁଝରରେ ପୁଣି ବାଘ ଆତଙ୍କ। ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ମାରିଖାଇଲା ବାଘ।

କେନ୍ଦୁଝରରେ ପୁଣି ବାଘ ଆତଙ୍କ। ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ମାରିଖାଇଲା ବାଘ।

କନକ ବ୍ୟୁରୋ: କେନ୍ଦୁଝରରେ ପୁଣି ବାଘ ଆତଙ୍କ । ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରିଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ଚରିବାକୁ ଯାଇଥିଲେ । ଏହି ସମୟରେ ସେଥିରୁ ୪ଟି ମଇଁଷିକୁ ବାଘ ମାରି ଖାଇଦେଇଥିବା ଜଣାପଡ଼ିଛି ।

ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି । ଆଉ ଅଟେଇ ସଂରକ୍ଷିତ ଜଙ୍ଗଲର ୪ଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି । ଏଥିସହିତ ଏସିଏଫଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍ ଗଠନ କରାଯାଇ ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି । କିଛି ଦିନ ତଳେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ୍ କ୍ୟାମେରାରୁ ଜଣାପଡ଼ିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe