କନକ ବ୍ୟୁରୋ: କେନ୍ଦୁଝରରେ ପୁଣି ବାଘ ଆତଙ୍କ । ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରିଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ଚରିବାକୁ ଯାଇଥିଲେ । ଏହି ସମୟରେ ସେଥିରୁ ୪ଟି ମଇଁଷିକୁ ବାଘ ମାରି ଖାଇଦେଇଥିବା ଜଣାପଡ଼ିଛି ।
ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି । ଆଉ ଅଟେଇ ସଂରକ୍ଷିତ ଜଙ୍ଗଲର ୪ଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି । ଏଥିସହିତ ଏସିଏଫଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍ ଗଠନ କରାଯାଇ ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ । ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି । କିଛି ଦିନ ତଳେ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ୍ କ୍ୟାମେରାରୁ ଜଣାପଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/27-12.jpg)