କ୍ୟାମେରାରେ କଏଦ ହେଲା ମହାବଳ ! ରାଜ୍ୟର ୩ଟି ସ୍ଥାନରୁ ମିଳିଲା ମହାବଳ ବାଘର ସନ୍ଧାନ

Advertisment
ମଧ୍ୟପ୍ରଦେଶର ଯୁବରାଜ ମହାବୀର ସାତକୋଶିଆର ମହାରାଜ ହୋଇପାରିଲାନି ।

କନକ ବ୍ୟୂରୋ : ଓଡିଶାରେ ମହାବଳ । ରାଜ୍ୟର ତିନୋଟି ସ୍ଥାନରୁ ମିଳିଲା ମହାବଳ ବାଘର ସନ୍ଧାନ । ଯାହାକୁ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ।

publive-image

ବିଭାଗୀୟ ମନ୍ତ୍ରୀଙ୍କ କହିବା ମୁତାବକ, ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ , ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡାଠାରେ ଠାବ ହୋଇଛି ମହାବଳ ବାଘ ।

publive-image

ତେବେ ମହାବଳ ବାଘର ସନ୍ଧାନରେ ଥିଲେ ବନ ବିଭାଗ । ସେଥିପାଇଁ ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ , ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡାଠାରେ ପୂର୍ବରୁ ବନବିଭାଗ ତରଫରୁ କ୍ୟାମେରା ଲଗାଯାଇଥିଲା । ଯେଉଁଥିରେ ଏହି ସବୁ ଜଙ୍ଗଲରେ ମହାବଳ ବାଘର ଚିତ୍ର କ୍ୟାମେରାରେ କଏଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe