କନକ ବ୍ୟୁରୋ : କରଞ୍ଜିଆ ଯଶିପୁର ବଜାର ପୁରୁଣା ବସଷ୍ଟାଣ୍ଡରୁ ବାଘ ଛାଲ ଜବତ । ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ଖବର ପାଇ କରଞ୍ଜିଆ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଗୋଟିଏ କଲରାପତରିଆ ବାଘ ଛାଲ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି ।
ତେବେ ଗିରଫ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ ଜଣ ମୟୂରଭଞ୍ଜ ଯଶିପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ତିନି ଜଣ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ କାର ଜବତ କରାଯାଇଛି । ୧୫ରୁ ୨୦ ଦିନ ପୂର୍ବରୁ ବାଘ ଶିକାର କରାଯାଇଥିବା ଦୁଧୁଆଣି ରେଞ୍ଜର କହିଛନ୍ତି ।
ଦିନକୁ ଦିନ ବାଘ ଶିକାର ବଢୁଥିବାରୁ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି । ଆଗକୁ ଯଦି ଏହା ଉପରେ ଗୁରୁତ୍ୱ ଦିଆନଯାଏ ତାହେଲେ ବାଘଙ୍କୁ କେବଳ ଇତିହାସ ପୃଷ୍ଠାରେ ହିଁ ଦେଖିବାକୁ ମିଳିବ