କନକ ବ୍ୟୁରୋ: କେନ୍ଦୁଝର ଦେଓଗାଁ ରେଞ୍ଜ ଅଂଚଳରୁ ମହାବଳ ବାଘର ଛାଲ ଜବତ ହେବା ପରେ ତନାଘନା ଚଲାଇଛି ବନବିଭାଗ । ବଡ କଥା ହେଉଛି ସେହି ଅଂଚଳରେ, ପୂବ ର୍ରୁ ମହାବଳ ବାଘ ଥିବା ନେଇ କୌଣସି ସୂଚନା ବନ ବିଭାଗ ପାଖରେ ନଥିଲା । ତେଣୁ ବାଘ କେଉଁଠି ଆସିଲା, ବାଘ କେଉଁ ଅଂଚଳର ଜାଣିବା ପାଇଁ ଡିଏନଏ ଟେଷ୍ଟ କରିବା ପାଇଁ ନମୂନା ସଂଗ୍ରହ କରାଯାଇଛି ।
ଏହାଛଡା ରାଜ୍ୟରେ କଲତରାପତରିଆ ଛାଲ ବହୁତ ଜବତ ହେଉଥିବା ବେଳେ କେଉଁ ଅଂଚଳର ବାଘକୁ ଶିକାର କରାଯାଇଛି ଜଣାପଡୁ ନାହିଁ । ବାଘ ବା କଲରାପତରିଆର ଛାଲରୁ ଜଣାପଡୁ ନାହିଁ ଏହା ରାଜ୍ୟର ନା ବାହାର ରାଜ୍ୟରୁ ଆସୁଛି । ତେଣୁ ଡିଏନଏ ପ୍ରୋଫାଇଲ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଏହାଦ୍ୱାରା ବାଘ ଗୁଡିକର ଡିଏନଏ ସାମ୍ପୁଲ ସଂଗ୍ରହ କରି ରଖାଯିବ । ପରବର୍ତି ସମୟରେ ବାଘ ଛାଲ ଜବତ ହେଲେ ଡିଏନଏ ସହ ମ୍ୟାଚ କରି ଜାଣିହେବ ବାଘଟି କେଉଁ ଅଂଚଳର ।