କନକ ବ୍ୟୁରୋ : ଜଙ୍ଗଲରେ ଚାଲିଛି ଜନ୍ତୁ ଶିକାର । ବାଘକୁ ମାରି ତା ଛାଲକୁ ବିକ୍ରି କରି ଦେଉଛନ୍ତି ଶିକାରୀ । ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ଅନ୍ତର୍ଗତ କଅଁସର ଗାଁରୁ ଗୋଟିଏ ବାଘ ଛାଲ ଜବତ ହୋଇଛି । ବନ ବିଭାଗ ପକ୍ଷରୁ ଏହା ଜବତ କରାଯାଇଛି । କଅଁସର ଗାଁର ବିଶ୍ୱାମିତ୍ର ରଣାଙ୍କ ଘରୁ ବାଘ ଛାଲ ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ଏହି ଘଟଣାରେ ବନ ବିଭାଗ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us