ଗଜପତି ପରେ ରାୟଗଡାରେ ବାଘ ଆତଙ୍କ । ନିଜେ ସୁରକ୍ଷିତ ରହିବା ସହ ଗୃହପାଳିତ ପଶୁଙ୍କୁ ଜଂଗଲକୁ ନଛାଡିବାକୁ ବନବିଭାଗର ପରାମର୍ଶ ।

164

କନକ ବ୍ୟୁରୋ: ଗତ କିଛି ଦିନ ହେଲା ବାଘକୁ ନେଇ ଗଜପତି ଓ ରାୟଗଡା ଜିଲ୍ଲାରେ ଆତଙ୍କ ଲାଗି ରହିଛି । ଗଜପତି ଜିଲ୍ଲାର ଆର ଉଦୟଗିରି ଅଂଚଳରେ ପ୍ରଥମେ ବାଘର ଆତଙ୍କ ଦେଖା ଦେଇଥିଲା । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ପରେ ବାଘର ଫଟୋ କଏଦ ହୋଇଥିଲା । ଗତ କାଲି ସନ୍ଧ୍ୟାରେ ଏହି ବାଘଟି ଗଜପତି ଜିଲ୍ଲା ସୀମାନ୍ତ ଅତିକ୍ରମ କରି ରାୟଗଡା ସୀମାରେ ପ୍ରବେଶ କରିଥିବା ସନ୍ଦେହ କରିଛି ଗଜପତି ବନ ବିଭାଗ ।

ଗଜପତି ବନ ବିଭାଗର ସୂଚନା ପରେ ତତ୍ପରତା ହୋଇଛି ଗୁଣୁପୁର ବନ ବିଭାଗ । ଗଜପତି ଓ ରାୟଗଡା ଜିଲ୍ଲା ସୀମାନ୍ତରେ ରହିଥିବା ଗ୍ରାମଗୁଡିକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି । ଗତ କାଲି ପଦ୍ମପୁର ବନପାଳ ଓ ଅନ୍ୟ କର୍ମଚାରୀମାନେ ପଦ୍ମପୁର ବ୍ଲକର ତବଲାଗୁଡା ,ଡଲମା ,ତରପାଗୁଡା ଓ ଲିକିଟିପଦର ଅଂଚଳରେ ବାସ କରୁଥିବା ଲୋକଙ୍କୁ ନିଜେ ସୁରକ୍ଷିତ ରହିବା ସହ ଗୃହପାଳିତ ପଶୁଙ୍କୁ ଜଙ୍ଗଲ ମଧ୍ୟକୁ ନ ଛାଡିବା ପାଇଁ ପରାମର୍ଶ ଦେଇଛନ୍ତି ।