ଜବତ ହେଲା ବାଘ ଛାଲ, ବାଘ ମୁଣ୍ଡ ସହିତ ୨୦ କେଜି ବାରହା ମାଂସ : ୩ ଜଣଙ୍କୁ ଗିରଫ କଲା ବନବିଭାଗ

ଜବତ ହେଲା ବାଘ ଛାଲ, ବାଘ ମୁଣ୍ଡ ସହିତ ୨୦ କେଜି ବାରହା ମାଂସ : ୩ ଜଣଙ୍କୁ ଗିରଫ କଲା ବନବିଭାଗ

କନକ ବ୍ୟୁରୋ : ନୂଆପଡା ବନବିଭାଗକୁ ବଡ ସଫଳତା । ବାଘ ଛାଲ, ବାଘ ମୁଣ୍ଡ ସହିତ ୨୦ କେଜି ବାରହା ମାଂସ ଜବତ । ୩ ଜଣଙ୍କୁ ଗିରଫ କରିଛି ବନବିଭାଗ । ଆଜି ସକାଳୁ ସୂଚନା ପାଇଁ ବନବିଭାଗ ଟିମ୍ ଚଢାଉ କରି ବାଘ ଛାଲ, ମୁଣ୍ଡ, ମାଂସ ସହିତ ଧାରୁଆ ଅସ୍ତ୍ରଶସ୍ତ୍ର, ଧନୁତୀର ଜବତ କରିଛି ।

ଜଣେ ଖସି ଯାଇଥିବା ଜଣାପଡିଛି । ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଏହା ପଛରେ କୌଣସି ରାକେଟ୍ କାମ କରୁଛି କି ନାହିଁ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe