କନକ ବ୍ୟୁରୋ : ନୂଆପଡା ବନବିଭାଗକୁ ବଡ ସଫଳତା । ବାଘ ଛାଲ, ବାଘ ମୁଣ୍ଡ ସହିତ ୨୦ କେଜି ବାରହା ମାଂସ ଜବତ । ୩ ଜଣଙ୍କୁ ଗିରଫ କରିଛି ବନବିଭାଗ । ଆଜି ସକାଳୁ ସୂଚନା ପାଇଁ ବନବିଭାଗ ଟିମ୍ ଚଢାଉ କରି ବାଘ ଛାଲ, ମୁଣ୍ଡ, ମାଂସ ସହିତ ଧାରୁଆ ଅସ୍ତ୍ରଶସ୍ତ୍ର, ଧନୁତୀର ଜବତ କରିଛି ।
ଜଣେ ଖସି ଯାଇଥିବା ଜଣାପଡିଛି । ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଏହା ପଛରେ କୌଣସି ରାକେଟ୍ କାମ କରୁଛି କି ନାହିଁ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/13-17.jpg)