ମାଲକାନଗିରିରେ କଲରାପତରିଆ ବାଘ ଆତଙ୍କ : ମୋଶନ ସେନସର କ୍ୟାମେରାରେ କଏଦ ହେଲା କଲରାପତରିଆ

82

ମାଲକାନଗିରି : ଗାଁ ରେ ବୁଲୁଛି କଲରା ପତରିଆ ବାଘ । କଥା ଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ସତ । ରାତିରେ ଗାଁରେ କଲରା ପତରିଆ ବାଘ ବୁଲିବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ଘାଟି ମଝିରେ ଥିବା ଡକରିଯୋଡି ଗାଁ ମାସେ ହେବ ବାଘ ଆତଙ୍କ ଲାଗି ରହିଛି । ପ୍ରତିଦିନ ରାତିରେ ବାଘ ଗର୍ଜନ ଶୁଭୁଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ଜଙ୍ଗଲ ବିଭାଗ ଜାଣିବା ପରେ ଜଙ୍ଗଲରେ କ୍ୟାମେରା ଲଗାଯାଇଛି । ତେବେ ବାଘଟିକୁ ଠାବ କରିବାରେ ସଫଳ ହୋଇଛି ଜଙ୍ଗଲ ବିଭାଗ ।

ମୋଶନ ସେନସର କ୍ୟାମେରା ଉତୋଳନ ହୋଇଥିବା ଫଟୋରୁ ସ୍ପଷ୍ଟ ହେଉଛି ଏହା ଏକ ଶକ୍ତିଶାଳି କଲରା ପତରିଆ ବାଘ । କଲରା ପତରିଆ ବାଘ ଗାଁ ସମେତ ଆଖ ପାଖ ଜଙ୍ଗଲରେ ବୁଲୁ ଥିବା ବେଳେ ଡୋକକ୍ରି ଯୋଡି ଓ ଏହାର ଆଖ ପାଖ ଗାଁ ଲୋକଙ୍କ ନିଦ ହଜି ଯାଇଛି । ପିଲା ଛୁଆ ଓ ଗାଇ ଗୋରୁଙ୍କୁ ନେଇ କିପରି ସୁରକ୍ଷିତ ରହିବେ ସେ ନେଇ ଚିନ୍ତାରେ ଅଛନ୍ତି । କେବଳ ଗୋଟିଏ ନୁହଁ ଆହୁରି କିଛି କଲରା ପତରିଆ ବାଘ ଛୁଆ ଗାଁ ଆଖ ପାଖ ଜଙ୍ଗଲରେ ଥିବା ଅନୁମାନ କରୁଛି ବନ ବିଭାଗ । ଉଭୟ ଗ୍ରାମବାସୀ ଓ କଲପତରିଆ ବାଘକୁ କିପରି ସୁରକ୍ଷିତ ରଖା ଯିବ ସେ ନେଇ ଚିନ୍ତାରେ ବନ ବିଭାଗ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –