କନକ ବ୍ୟୁରୋ : ଭଂଜନଗର ଘୁମୁସର ବନଖଣ୍ଡ ଅଂଚଳରେ ବାଘ ଆତଙ୍କ । ବନାଂଚଳରେ ବାଘର ପାଦଚିହ୍ନ ଦେଖିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେପଟେ ଜଗନ୍ନାଥ ପ୍ରସାଦ ରେଜଂ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ୭ଟି ଛେଳିକୁ ବାଘ ମାରିଦେଇଛି । ଚାରିଟି ଛେଳିର ମୃତଦେହ ମିଳିଥିବା ବେଳେ ୩ଟି ଛେଳିର ଖୋଜଖବର ନାହିଁ । ଏହି ଦୁଇଟି ଦୃଶ୍ୟକୁ ଦେଖିବା ପରେ ଲୋକଙ୍କ ଛାତିରେ ଛନକା, ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗାଁ ଲୋକେ ଠେଙ୍ଗା ବାଡି ଧରି ରାତି ଅଧରେ ମଶାଳ ଜାଳି ଗାଁରେ ପହଂରା ଦେଉଛନ୍ତି । ଏଥିସହ ବାଘ ଖୋଜିବାକୁ ଗାଁର ସାହାସୀ ଯୁବକମାନେ ମଶାଲ ଠେଙ୍ଗାବାଡି ଅସ୍ତ୍ରଶସ୍ତ୍ରଧରି ଆଖପାଖ ଅଂଚଳରେ ଖୋଜାଖୋଜି କରିଛନ୍ତି ।
/kanak/media/post_attachments/wp-content/uploads/2019/02/bengal-tiger-601965_960_720-300x200.jpg)
ବାଘ ବୁଲୁଛି, ବାଘ ଖାଇଦେବ ବାସ ଏହି ଆଶଙ୍କାରେ ଲୋକଙ୍କ ନିଦ ହଜିଯାଇଛି । ଏବେ ବାଘ ଭୟରେ ଲୋକେ ଘରୁ ବାହାରୁନଥିବା ବେଳେ ପାଠପଢିବା ପାଇଁ ପିଲାମାନଙ୍କୁ ସ୍କୁଲ ଛଡା ଯାଉନାହିଁ । ସେପଟେ ବାଘର ପାଦଚିହ୍ନ ମିଳିବା ପରେ ଟିକେ ସତର୍କ ହୋଇଛି ବନବିଭାଗ । ଜଙ୍ଗଲରେ କ୍ୟାମେରା ଲଗାଇ ବାଘର ଗିତିବିଧି ଉପମରେ ନଜର ରଖାଯିବ ବୋଲି କହିଛନ୍ତି ରେଂଜର । ବନ ବିଭାଗର ରିପୋର୍ଟ ଅନୁସାରେ ୨୦୧୭ ମସିହାରେ ଉତର ବନଖଣ୍ଡ ଅଂଚଳରେ ଥିଲେ ୧୭ଟି କଲରାପତରିଆ ବାଘ ।