କନକ ବ୍ୟୁରୋ : ମହାନଦୀ ନିକଟରେ ବୁଲୁଛି ବାଘ । ମାତିଛି କଲରା ପତରିଆ ବାଘ, ଆତଙ୍କିତ ଅବସ୍ଥାରେ ଜନସାଧାରଣ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଅର୍ନ୍ତଗତ ମହାନଦୀ ଘାଟ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିିଳିଛି । ଆଜି ସକାଳୁ ଏହି ବାଘଟିକୁ କିଛି ଲୋକ ଦେଖିବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ତୁରନ୍ତ ଗ୍ରାମବାସୀମାନେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନ ପହଂଚି ବାଘଟିକୁ ଟ୍ରାକିଂ କରିବା ସହ ତାହାର ଗତିବିଧି ଉପରେ ନଜର ରଖିଛନ୍ତି । ନିକଟରେ ଥିବା ଜଙ୍ଗଲରୁ ବାଘଟି ଖସିଆସିଥିବା ଅନୁମାନ କରାଯାଉଛି ।
ଜଙ୍ଗଲ ଛାଡି କ୍ଷେତରେ ବୁଲୁଛି ବାଘ । ଲୋକେ ଆତଙ୍କିତ
/kanak/media/post_attachments/wp-content/uploads/2023/09/36-7.jpg)