ଜଙ୍ଗଲ ଭିତରେ କ୍ୟାମେରାରେ କଏଦ ବାଘର ଶିକାର ଦୃଶ୍ୟ । ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ବରିଷ୍ଠ ବନ ଅଧିକାରୀ ।

724

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ବିରଳ ଦୃଶ୍ୟ । ଶିକାର କଲା କଳା ବାଘ । କଳା ବାଘ ସମ୍ବର ଶିକାର କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । କଳା ବାଘ ଶିକାର କରୁଥିବାର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଂଟରେ ପୋଷ୍ଟ କରିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଭାରତରେ ମୋଟ୍ ୧୦ଟି କଳାବାଘ ରହିଛନ୍ତି । ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରେ ରହିଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ମଧ୍ୟ କରାଯିବ । ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆରା ସୁଯୋଗ ପାଇବେ ।