କନକ ବ୍ୟୁରୋ : ରାଜରାସ୍ତାରେ ଦେଖାଗଲା ମହାବଳ ବାଘ । ମଧ୍ୟପ୍ରଦେଶର ସିବନୀ ରାସ୍ତାରେ ଗତ ରାତିରେ ମହାବଳ ରାସ୍ତାରେ ଶୋଇଥିବା ଦେଖି ଗାଡିରେ ଯାଉଥିବା ଲୋକେ ଛାନିଆ ହୋଇଗଲେ । ପାଖା ପାଖି ଏକ ଘଂଟା ସମୟ ରାସ୍ତାରେ ଉପରେ ଆରମ କରିଥିଲା ବାଘ । ବାଘ ରାସ୍ତାକୁ କବଜା କରିଥିବାରୁ ରାସ୍ତାର ଉଭୟ ପଟେ ଅଟକି ଯାଇଥିଲା ଏକ ଡଜନରୁ ଅଧିକ ଗାଡି । ଏହି ସମୟରେ ଗାଡିରେ ଥିବା କେହି ଜଣେ ପୁରା ଦୃଶ୍ୟକୁ ନିଜ ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲା । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଗାଡିର ଲାଇଟ ଓ ହର୍ଣ୍ଣ ଶବ୍ଦରେ ବିରକ୍ତ ହୋଇ ବାଘ ଗର୍ଜନ କରି ପୁରା ଅଂଚଳକୁ ଥରାଇ ଦେଇଥିଲା । ପରେ ରାସ୍ତା ଛାଡି ଧିରେ ଧିରେ ଜଙ୍ଗଲକୁ ଚାଲିଯାଇଥିଲା ।
ଦେଶରେ କରୋନା ଜନିତ କଟକଣା ଚାଲିଥିବାରୁ ପଶୁ ପକ୍ଷୀ ଆଶ୍ୱସ୍ତ ମଣି ସ୍ୱଭାବିକ ଚଳ ପ୍ରଚଳ କରୁଛନ୍ତି । ସିବନୀ ପାଖ ଜଙ୍ଗଲ ଦେଇ ଯାଇଥିବା ରାଜପଥରେ ଗାଡି ଚଳାଚଳ କମିଯାଇଥିବାରୁ ହୁଏତ ମହାବଳ ରାଜରାସ୍ତାକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/4-14.jpg)