କନକ ବ୍ୟୁରୋ : କୁଦା ମାରୁଛି ବାଘ । ବାଘକୁ କାବୁ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଗୋଟିଏ ବୁଦାରୁ ଆଉ ଗୋଟିଏ ବୁଦାକୁ ଡେଇଁ ଯାଉଛି । ବାଘକୁ ଧରିବା ପାଇଁ ହେଉଥିବା ଉଦ୍ୟମ ସମୟର ଭିଡିଓ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ଟିମିନା ଲଣ୍ଡାପାହାଡ଼ ଅଞ୍ଚଳରୁ ଆସିିଛି ଏଭଳି କିଛି ଚିତ୍ର ।

Advertisment

ବାଘକୁ ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ କରୁଥିବା ବନବିଭାଗ କର୍ମଚାରୀ ଶେଷରେ ନିରାଶ ହୋଇଛନ୍ତି । ଏବେ ବାଘଟି ଲଣ୍ଡାପାହାଡ଼ ଅଞ୍ଚଳରୁ ଆଉ ଏକ ସ୍ଥାନକୁ ଫେରାର୍ ହୋଇଯାଇଛି । ବାଘକୁ ବାକୁ କରିବା ପାଇଁ ନିଆଁ ଲଗାଇ ଦିଆଯାଇଥିଲା । ହେଲେ ନିଆଁ ଘେରକୁ ଡେଇଁଯାଇ ଅନ୍ୟତ୍ର ଫେରାର ହୋଇଯାଇଛି କଲରାପତରିଆ ବାଘ । ଏପଟେ ଡିଏଫଓ କହିଛନ୍ତି- ରାତିରେ ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚେଷ୍ଟା କରାଯିବ ।