ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ବାଘ ଭୟ । ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ପରେ ବାଘକୁ ଖୋଜୁଛି ବନବିଭାଗ ।

214

କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ବାଘ ଭୟ । ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ପରେ ବାଘକୁ ଖୋଜୁଛି ବନବିଭାଗ । ଘଟଣାସ୍ଥଳରେ ଡିଏଫଓଙ୍କ ସମେତ ବନ କର୍ମଚାରୀଙ୍କ ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଥିବା ବେଳେ ବାଘ ନୁହେଁ ଫିସିଂ କ୍ୟାଟ୍ ବୋଲି କହିଛନ୍ତି ବନବିଭାଗ ଅଧିକାରୀ ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ସତ୍ୟବାଦୀର ବିଭିନ୍ନ ଅଞ୍ଚଳରେ ବାଘ ବୁଲୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିଲା । ଏପରିକି ପରବର୍ତ୍ତୀ ସମୟରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ବାଘକୁ ଦେଖିବା ମାତ୍ରେ ତୁରନ୍ତ ସୂଚନା ଦେବାକୁ ସାଧାରଣ ଲୋକଙ୍କୁ ଅପିଲ କରିଛି ବନବିଭାଗ ।