ଖୋର୍ଦ୍ଧା ଜିଲ୍ଲା କୋଶଳାଶୁଣୀ ଜଙ୍ଗଲରେ ବାଘ ଆତଙ୍କ !

Advertisment
ଖୋର୍ଦ୍ଧା ଜିଲ୍ଲା କୋଶଳାଶୁଣୀ ଜଙ୍ଗଲରେ ବାଘ ଆତଙ୍କ !

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା କୋଶଳାଶୁଣୀ ଜଙ୍ଗଲରେ ବାଘ ମାତିଛି । ବାଘ ଘୁରିବୁଲୁଥିବା ଖବର ଶୁଣି ଆଖପାଖ ଗାଁ ଲୋକଙ୍କ ନିଦ ହଜି ଯାଇଛି । ରାତି ହେଲେ ତାଟିକବାଟ ପଡି ଶୂନଶାନ ହୋଇଯାଉଛି ରାସ୍ତାଘାଟ । ଅନ୍ୟପଟେ ଗାଁର କିଛି ସାହାସୀ ଯୁବକ ଗାଁ ମୁଣ୍ଡରେ ଟାୟାର ଜାଳି ଗାଁ ଜଗୁଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର କୋଶଳାଶୁଣୀ ଜଙ୍ଗଲରେ ବାଘ ମାତିଥିବା ଖବର ଅଂଚଳରେ ଆତଙ୍କ ଖେଳାଇ ଦେଇଛି । ଖବର ପାଇ ବନବିଭାଗ ଆସି ଛାନଭିନ କରିଥିଲେ ମଧ୍ୟ ବାଘକୁ ଠାବ କରିପାରି ନାହିଁ । ଜଙ୍ଗଲ ଜଗୁଆଳି ବାଘର ଗର୍ଜନ ଶୁଣିଥିବା କହିଛନ୍ତି ।

ସେହିପରି ବାଘ ଭୟରେ କେହି କୋଶଳାଶୁଣୀ ପୀଠକୁ ଆସୁନଥିବା କହିଛନ୍ତି ପୂଜକ । ତୁରନ୍ତ କୋଶଳାଶୁଣୀ ଜଙ୍ଗଲରେ ବନ ବିଭାଗ ବାଘକୁ କାବୁ କରିବାକୁ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe