କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଜାମଗରଡ଼ା ବିଦ୍ୟାଳୟ ନିକଟରେ ବାଘ ଗର୍ଜନ କରିବା ଖବର ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଗୋଟିଏ ଭିଡ଼ିଓ ମଧ୍ୟ ବେଶ ଭାଇରାଲ ହେଉଛି। ମହାବଳ ବାଘ ଏକ ଗାଇକୁ ଜଙ୍ଗଲ ମଧ୍ୟକୁ ଟାଣି ନେଉଥିବା ଭିଡିଓ ଦେଖି ଭୟଭିତ ସ୍ଥାନୀୟ ବାସିନ୍ଦା। କାରଣ ୫ ମାସ ହେବ ଭଂଜନଗରରେ ଲୋକଙ୍କୁ ବାଘ ଭୟ ଘାରିଛି। ଗତ ଫେବୃଆରୀ ୬ରୁ ଜୁଲାଇ ୨୬ ମଧ୍ୟରେ ୧୭ଟି ଗାଈଗୋରୁଙ୍କୁ ବାଘ ମାରିଥିବା ଅଭିଯୋଗ ହୋଇଛି।

Advertisment

ଉତ୍ତରଘୁମୁସର ବନଖଣ୍ଡରେ ଲୋକଙ୍କ ଅଭିଯୋଗ ଆଧାରରେ ବନବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଗାଈ ପିଛା ୩୭ ହଜାର ୫୦୦ ଓ ବାଛୁରୀ ପିଛା ୫ହଜାର ଲେଖାଏଁ କ୍ଷତିପୂରଣ ଦିଆଯାଇଛି।ବାଘ ଆତଙ୍କକୁ ଆଖିରେ ରଖି ବନବିଭାଗ ଜଙ୍ଗଲରେ ଟ୍ରାପ କ୍ୟାମେରା ଓ ପଗ୍ ମାର୍କ ପ୍ୟାଡ୍ ବିଛା ଯାଇଛି।

୨୦୧୬ର ବାଘ ଗଣନା ଅନୁସାରେ, ଘୁମୁସର ଜଙ୍ଗଲରେ ଥିଲେ ୧୭ଟି କଲରାପତରିଆ
୨୦୧୮ ଗଣତି ବେଳକୁ ଏହା ୬କୁ ଖସି ଆସିଥିଲା
୨୦୨୩ ଅଗଷ୍ଟ ମାସରେ ମୁଜାଗଡ଼ରେ ଗାଡ଼ି ଧକ୍କାରେ ମରିଥିଲା ଏକ କଲରାପତରିଆ ବାଘ

ବାଘକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଭଂଜନଗରରେ ବାଘ କରିଡ଼ର କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିବା ଜଣାପଡ଼ିଛି।