କନକ ବ୍ୟୁରୋ : ରାସ୍ତାରେ ବା ଗାଁ ମଝିରେ ଆପଣ ଗାଈ, ବିଲେଇ, କୁକୁର ଏମିତି ପଶୁକୁ ଦେଖିଥିବେ । କିନ୍ତୁ ଗାଁ ଭିତରେ ବୁଲୁଛି ମହାବଳ ବାଘ । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତରପ୍ରଦେଶ ପିଲିଭିତର ଅଟକୋନା ଗାଁରେ ।

Advertisment

ସୋମବାର ରାତିରେ ଗାଁରେ ଜଣଙ୍କ ଘର ଭିତରକୁ ପଶି ଆସିଥିଲା ମହାବଳ ବାଘ । ଏବଂ ମଙ୍ଗଳବାର ସକାଳୁ ଖରା ପୁଇଁବା ପାଇଁ ବାଘଟି ପାଚେରୀ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସି ରହିଥିଲା । ଏପରି ଦୃଶ୍ୟ ଦେଖିବା ପାଇଁ ଗାଁ ସାରା ଲୋକ ବାଘଟିକୁ ଘେରି ରହିଥିଲେ । ପିଲିଭିତ ଟାଇଗର ରିଜର୍ଭଠାରୁ ମାତ୍ର ୨୦କିଲୋମିଟର ଦୂରରେ ଅଠକୋନା ଗାଁ ରହିଛି । ମିଳିଥିବା ସୂଚନା ଅନୁସାରେ ବାଘଟି ଦେହରେ ଆଘାତ ଲାଗିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି । ବନ ବିଭାଗ ଘଟଣାସ୍ଥଳରେ ପହଂଚି ବାଘକୁ କାବୁ କରିଛି । କିନ୍ତୁ ବାଘକୁ କାବୁ କରିବାକୁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା ।