ଥାନାରେ ବାଘ ! କଳାହାଣ୍ଡି ଆମପାଣି ଥାନାରୁ ଆସିଲା ରାତିଅଧରେ ବାଘ ଛୁଆ ପ୍ରବେଶ କରୁଥିବାର ଚିତ୍ର

ଥାନାରେ ବାଘ ! କଳାହାଣ୍ଡି ଆମପାଣି ଥାନାରୁ ଆସିଲା ରାତିଅଧରେ ବାଘ ଛୁଆ ପ୍ରବେଶ କରୁଥିବାର ଚିତ୍ର

କନକ ବ୍ୟୁରୋ: ରାତି ଅଧରେ ଥାନାରେ ପଶୁଛନ୍ତି ବାଘ ଛୁଆ । ଏକଥା ଶୁଣିଲେ କେହି ବି ବିଶ୍ୱାସ କରିବେନି । କିନ୍ତୁ ଏହି ଘଟଣା ସତ । ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ କରୁଛନ୍ତି । ଏହି ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର ।

publive-image

କିଛି ଦିନ ତଳେ ବିଲ ଭିତରେ ଥିବା କ୍ଷେତରୁ ଏକ କଲରାପତରିଆ ବାଘ ଉଦ୍ଧାର ହୋଇଥିଲା । ବନବିଭାଗ ପ୍ରାୟ ୧୨ ଘଂଟାର ଅପରେସନ ପରେ କଲରାପତରିଆ ବାଘକୁ ଉଦ୍ଧାର କରିଥିଲା । ବର୍ତମାନ ପୁଣି ୨ଟି ବାଘଛୁଆ ଥାନାରେ ପ୍ରବେଶ କରୁଥିବା ଖବର ସାମ୍ନାକୁ ଆସିବା ପରେ ନିକଟରେ ଥିବା ସାହାଜଖୋଲ ଜଙ୍ଗଲରେ ବାଘ ରହିଥିବା କଥା ସ୍ପଷ୍ଟ ହୋଇଛି । ଏହାକୁ ନେଇ ଆତଙ୍କରେ ଅଛନ୍ତି ଆମପାଣି ଥାନାର ନିକଟବର୍ତି ଗାଁ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe